ମେଣ୍ଡିମାଳ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବିଦ୍ୟାଳୟ ସମୁହର ବାର୍ଷିକ କ୍ରୀଡା ପ୍ରତିଯୋଗୀତା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୧୨ : ବୌଦ୍ଧ ବ୍ଲକ ମେଣ୍ଢାମାଳ ହାଇସ୍କୁଲ ଠାରେ ଶୁକ୍ରବାର ଜିଲ୍ଲାର ସମସ୍ତ ମେଣ୍ଡିମାଳ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବିଦ୍ୟାଳୟ ସମୁହର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି ।
ମେଣ୍ଢ୧ମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୌମ୍ୟ ରଞ୍ଜନ ରାୟ, ବଡବନ୍ଧ ହାଇସ୍କୁଲ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ, ହରେକୃଷ୍ଣପୁର ହାଇସ୍କୁଲର ତପନ ପତି ମଞ୍ଚାସୀନ ଥିଲେ ।
କ୍ରୀଡା ଶିକ୍ଷକ ସରୋଜ କୁମାର ସ୍ୱାଇଁ ତତ୍ଵାବଧାନରେ ଚାଲିଥିବା ଖେଳ ପ୍ରତିଯୋଗିତାରେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।
ଏଥିରେ ହରେକୃଷ୍ଣପୁର ହାଇସ୍କୁଲ, ମେଣ୍ଡିମାଲ ହାଇସ୍କୁଲ,ବଡବନ୍ଧ ହାଇସ୍କୁଲ, ସିନ୍ଧୁଗୁରା, ଝାଡ଼ରାଜିଙ୍ଗ,ବରଗୋଚ୍ଛା, କୁମାରକେଳି, ମାଧପୁର, ବାଇଶପଡା ଆଶ୍ରମ ସ୍କୁଲ, ବଡବନ୍ଧ, ଲଣ୍ଡ୍ରିଜୋର, ତିଳକୂପ, କୁଚୁଡା, ସେବାଶ୍ରମ ସ୍କୁଲର ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିଲେ ।
ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକ ଚନ୍ଦନ ମହାରଣା, ବରୁଣ ପ୍ରଧାନ, ରମେଶ ଚନ୍ଦ୍ର ସେଠି, ବନ୍ଦିତାବିଶ୍ୱାଳ, ସମରଜିତ କର୍ମୀ, ଅଲିଭା ପ୍ରଧାନ, ପ୍ରମୁଖ ଖେଳ ପରିଚାଳନା କରିଥିଲେ ।
ବିଦ୍ୟାଳୟ ଶିକ୍ଷକ ସରୋଜ ମହାକୁଡ଼, ସନତ ଭୋଇ, ଦେବ କିଶୋର ପଣ୍ଡା, ବଲ୍ଲଭି ପ୍ରଧାନ, ସୋନିଆ ମହାକୁଡ଼, ସ୍ମୁତିସ୍ମିତା ପ୍ରଧାନ, ଶିବାନନ୍ଦ ମିଶ୍ର, ଭି ତାରାସିଶ, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ନାରାୟଣ ସେଠି ଧନ୍ୟବାଦ କରିଥିଲେ ।




