Odisha News

ମେଡିସିନ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର, ୨୯/୧: ମେଡ଼ିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ ସାମଗ୍ରୀ ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ରୁଦ୍ରପୁରସ୍ଥିତ ଫାର୍ମା ୱାଲ୍ଡ ଗୋଦାମରେ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
ବୁଧବାର ସକାଳୁ ସକାଳୁ ରୁଦ୍ରପୁରରେ ଥିବା ସିମ୍ଫୋନୀ ମଲ ନିକଟସ୍ଥ ଫାର୍ମା ୱାର୍ଲ୍ଡ ମେଡ଼ିସିନ୍ ଗୋଦାମରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା ।
ସ୍ଥାନୀୟ ଲୋକେ ଦେଖିବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ପ୍ରାୟ ୨୦ ଜଣ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି ।
କିନ୍ତୁ ଗୋଦାମରେ ମହଜୁତ ଥିବା ତୁଳା, ଗଜ୍ କପଡ଼ା, ସାନିଟାଇଜର୍, ଔଷଧ ସାମଗ୍ରୀ ଥିବାରୁ ନିଆଁ ବ୍ୟାପିବାରେ ଲାଗିଥିଲା । ପ୍ରାୟ ୨ରୁ ୩ ଘଣ୍ଟା ଧରି ନିଆଁ ଲିଭା ର୍କାଂ୍ୟ ଜାରି ରହିଥିଲା ।
ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇ ନ ଥିବାବେଳେ ଲକ୍ଷାଧିକ ଟଙ୍କାର ଔଷଧ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଗୋଦାମର ମାଲିକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।
ଅନ୍ୟପକ୍ଷରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଥିବା ଅନୁମାନ କରାଯାଉଛି ।

Related Posts