Odisha News

ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡି ରଖି ମହାନଦୀକୁ ଡେଇଁଲେ ଯୁବକ

କଟକ, ୨୭/୮: ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡି ରଖି ମହାନଦୀକୁ ଡେଇଁଲେ ଯୁବକ । ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି । ମାତ୍ର ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ମୁଣ୍ଡଳୀ ବ୍ରିଜ୍ ଉପରେ ଓଡି୩୩ଆର୯୨୭୦ ନମ୍ବର ବିଶିଷ୍ଟ ଦୁଇ ଚକିଆ ଗାଡି ରଖି ଜଣେ ଯୁବକ ମହାନଦୀକୁ ଡେଇଁପଡିଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନଡିଆରଏଫ୍ ଟିମ୍ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି । କିନ୍ତୁ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ଯୁବକ ଜଣଙ୍କ ନଦୀକୁ ଡେଇଁବା ବେଳେ ନିଶାସକ୍ତ ଥିବା ମଧ୍ୟ କୁହାଯାଉଛି ।
ତେବେ ଯୁବକଙ୍କ ଜଣଙ୍କ ହେଉଛନ୍ତି ବିଶ୍ବଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି । ତେବେ ସେ କାହିଁକି ଏବଂ କେଉଁ ପରିସ୍ଥିତିରେ ନଦୀକୁ ଡେଇଁଛନ୍ତି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ ଏ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ।

Related Posts

Seo wordpress plugin by www.seowizard.org.