Odisha News

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇଆରଏସଏସ ସେବା ଲୋକାର୍ପିତ

ଭୁବନେଶ୍ୱର,୧୨/୧୨: କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ନୂତନ ସେବା ଲୋକାର୍ପିତ ହୋଇଯାଇଛି । ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସବୁଜ ପତାକା ଦେଖାଇ ଜରୁରୀକାଳୀନ ପ୍ରଶମନ ସେବା ବାହାନକୁ ଉଦଘାଟନ କରିଛନ୍ତି ।
ଏହି ଗାଡ଼ିଗୁଡ଼ିକ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦବୀ ପୂରଣ ହେବ ଏବଂ ଗୃହରକ୍ଷୀ ପଦବୀ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୃହରକ୍ଷୀ ନିଯୁକ୍ତି କଟକଣାକୁ ହଟାଇ ଦେଇଛନ୍ତି । ଗୃହରକ୍ଷୀ ପଦବୀ ବଢାଇ ୫୦୦୦ କରାଯିବ । ୨,୪୧୬ ପଦବୀରୁ ୫ ହଜାରକୁ ବୃଦ୍ଧି କରାଯିବ । ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଉଦଘାଟିତ ହୋଇଥିବା ଗାଡ଼ିକୁ ପୁଲିସକୁ ଆହୁରି ସୁଦୃଢ଼ କରିବ ଏବଂ ଲୋକଙ୍କର ପୁଲିସ ଉପରେ ବିଶ୍ୱାସ ବଢ଼ିବ । ଏହା ଏକ କେନ୍ଦ୍ରୀୟ ଯୋଜନା ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସହିତ ମିଶି ଏହାକୁ କାର‌୍ୟ୍ୟ କାରୀ କରାଯାଇଛି ।
୨୦୧୯ରେ କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଜରୁରୀକାଳୀନଗଡ଼ିକର ଶୁଭାରମ୍ଭ କରିଥିଲେ । ୨୦୨୨ରେ ପ୍ରଥମେ ୧୦୬ଟି ଗାଡ଼ି ଓଡ଼ିଶା ପୁଲିସକୁ ମିଳିଥିଲା । ଯେଉଁଥିରେ କମିଶନରେଟ୍ ପୁଲିସକୁ ୧୪ଟି ଗାଡ଼ି ମିଳିଥିଲା । ଆଜି ପୁଣି ୩୦ଟି ଗାଡ଼ି ପ୍ରଦାନ କରାଯାଇଛି । ୨୨ଟି ଭୁବନେଶ୍ୱର ଏବଂ ୮ଟି କଟକ ପୁଲିସକୁ ଦିଆଯାଇଛି । ଏହା ଦ୍ୱାରା ସୁରକ୍ଷାର ବାତ୍ତାବରଣ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି କାର‌୍ୟ୍ୟଏକ୍ରମରେ ଗୃହ ବିଭାଗର ମୁଖ୍ୟଶାସନ ସଚିବ, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଏବଂ ପୁଲିସ କମିଶନର ଏସ ଦେବଦତ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.