Odisha News

ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନ୍ତ୍ୟୋଦୟ ଗୄହ ଯୋଜନାର ଶୁଭାରମ୍ଭ କଳାହାଣ୍ଡି ଜିଲ୍ଲାରୁ ଆଭାସୀ ମାଧ୍ୟମରେ ସିଧାପ୍ରସାରଣ କାର୍ଯ୍ୟକ୍ରମ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ରେ ଅନୁଷ୍ଠିତ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୩୦/୩ : ଆଜି ପୂର୍ବାହ୍ନ ଘ୧୦.୩୦ ମି ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ କରକମଳରେ ଅନ୍ତ୍ୟୋଦୟ ଗୄହ ଯୋଜନାର ଶୁଭାରମ୍ଭ କଳାହାଣ୍ଡି ଜିଲ୍ଲାରୁ ଆଭାସୀ ମାଧ୍ୟମରେ ସିଧାପ୍ରସାରଣ କାର୍ଯ୍ୟକ୍ରମ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମୟରେ ବ୍ଲକ ର ସମସ୍ତ ଅଞ୍ଚଳ ରୁ ପ୍ରାୟ ୩୦୦ରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ସଭାପତି ଜିଲ୍ଲା ପରିଷଦ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ, ଅଧ୍ୟକ୍ଷ, ପଂଚାୟତ ସମିତି, ମଣ୍ଡଳ ଉନ୍ନୟନ ଅଧିକାରୀ, ନୟାଗଡ଼ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଜନସାଧାରଣ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ କାର୍ଯ୍ୟକ୍ରମକୁ ଦେଖିବାର ସୁଯୋଗ ପାଇଥିଲେ । ଶେଷରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼ ବ୍ଲକର ୨୨ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।

Related Posts