Odisha News

ମିଠା ପ୍ୟାକେଟ ପରି ଚାଲାଣ ହେଉଥିଲା ଗୋ ମାଂସ, ଧରିଲେ ଲୋକେ

ଖୋର୍ଦ୍ଧା,୧୩/୩ : ୧୬ ନମ୍ବର ଜାତୀୟ ରାଜପଥ ବେଆଇନ ଗୋମାଂସ ଚାଲାଣର ପ୍ରମୁଖ ସ୍ରୋତ ପାଲଟିଛି। ରବିବାର କଲିକତାରୁ ଚେନ୍ନାଇ ଯାଉଥିବା ଏକ କଣ୍ଟେନ୍ରରୁ ଗୋମାଂସ ଜବତ ଘଟଣାରୁ ଏହା ପୁଣିଥରେ ପ୍ରମାଣିତ ହୋଇଛି।
ତେବେ ଗୋମାଂସ ଚାଲାଣ ପାଇଁ ଏବେ ଚାଲାଣକାରୀ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ଆଜି ଜବତ ହୋଇଥିବା ଗୋମାଂସକୁ ମିଠା ପ୍ୟାକେଟ ପରି ପ୍ୟାକିଂ କରି କଲିକତାରୁ ଚେନ୍ନାଇ ଚାଲାଣ କରାଯାଉଥିଲା ।
ତେବେ ଗୋମାଂସ ଚାଲାଣ ହେଉଥିବାନେଇ ଖବର ପାଇବା ପରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ପାଖରେ ବଜରଙ୍ଗ ଦଳ ଓ ସ୍ଥାନୀୟ ବାସିନ୍ଦା ୧୨ ଚକିଆ କଣ୍ଟେନରକୁ ଅଟକାଇଥିଲେ । ଆଉ ଏଥିରୁ ବିପୁଳ ଗୋମାଂସ ଜବତ କରାଯାଇଛି । ତେବେ ଡ୍ରାଇଭର ଫେରାର ହୋଇଯାଇଛି ।
ସୂଚନା ଥାଉ କି ପୂର୍ବେ ବେଆଇନ ଭାବେ ଗାଈଗୋରୁଙ୍କୁ କଂଟେନର, ଟ୍ରକ୍ ଆଦିରେ ଚାଲାଣ କରୁଥିଲେ। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଧରପଗଡ଼ ଆରମ୍ଭ ହେବା ପରେ ବେଆଇନ ଗୋରୁ ଚାଲାଣକାରୀ ନୂଆ ପନ୍ଥା ଗ୍ରହଣ କରିଛନ୍ତି। ଗାଈଗୋରୁଙ୍କୁ ମାରି ସେମାନଙ୍କ ମାଂସ ପ୍ୟାକିଂ କରି ଚାଲାଣ କରୁଛନ୍ତି।

Related Posts