Odisha News

ମାଲକାନଗିରିରେ ପୁଣି ବଢିଲା ଇଣ୍ଟରନେଟ୍ କଟକଣା, ଗୁରୁବାର ଦିନ ୧୨ଟା ଯାଏଁ ବନ୍ଦ ରହିବ

ମାଲକାନଗିରି/ଓଡ଼଼ିଶା,୧୦/୧୨ : ଆହୁରି ୨୪ ଘଣ୍ଟା ପାଇଁ ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆଜି ଦିନ ୧୨ ଯାଏଁ କଟକଣା ଲାଗୁ ହୋଇଥିଲା ତେବେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଅବିଧି ବଢାଇବାର ନିଷ୍ପତ୍ତି ନିଆଯାଇଛି। ପୁଣି ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁରେ ସ୍ଥିତି ଅନୁଧ୍ୟାନ କରିଥିଲେ ଡିଜିପି।
ଅନ୍ୟପଟେ ଦୀର୍ଘ ୬ ଦିନ ପରେ ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ ମିଳିଛି। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ଗତ ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ମିଳିଲା କଟାମୁଣ୍ଡ।
ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମିଳିଲା ମହିଳାଙ୍କ କଟାମୁଣ୍ଡ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର କରାଯାଇଛି। କଟାମୁଣ୍ଡ ମିଳୁ ନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା। ପରିସ୍ଥିତି ଏତେ ଭୟଙ୍କର ହୋଇଯାଇଥିଲା ଯେ ସୋମବାର ଠାରୁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଦୁଇ ଗାଁ ମଧ୍ୟରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।

Related Posts