Odisha News

ମାର୍ଚ୍ଚ ୫ରେ କଲେଜ, ବିଶ୍ୱବିଦ୍ୟାଳୟ ଖୋଲା ରଖିବାକୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୪/୩: ଆସନ୍ତାକାଲି ଅର୍ଥାତ୍ ୫ ତାରିଖରେ ରାଜ୍ୟର ସବୁ ସ୍କୁଲ ଖୋଲା ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।
ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫ ଛୁଟି ରହୁଥିଲା। ତେବେ ଚଳିତବର୍ଷ ରାଜ୍ୟ ସରକାର ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ୫ରେ କେବଳ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ହେବ । ହେଲେ ସରକାରୀ ଛୁଟିକୁ ବାତିଲ କରାଯାଇଛି ।

Related Posts