ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର, ୧୫/୨ : ପୁଣି ରାସନକାର୍ଡରେ E- KYC ନେଇ ଆସିଲା ବଡ଼ ଅପଡେଟ । ଆସନ୍ତା ୩୧ ମାର୍ଚ୍ଚ ଯାଏଁ ଋ-କଣଉ ଅବଧି ବଢ଼ିଲା ।
ଏନେଇ ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି । ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ E- KYC ଅପଡେଟ୍ ହେଇପାରୁନାହିଁ ତେଣୁ ସମୟସୀମା ବୃଦ୍ଧି କରାଯାଇଛି ।
ସୂଚନା ଅନୁଯାୟୀ ଆଜି ରାସନ କାର୍ଡ E- KYCପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଡେଡଲାଇନର ଶେଷ ଦିନ ରହିଥିଲା ।
ଆଜି ଯେଉଁମାନେ E- KYC ନକରିବେ ତାଙ୍କୁ ସରେଣ୍ଡର କରାଗଲା ବୋଲି ସରକାର ପକ୍ଷରୁ ଧରି ନିଆଯିବ। ଆବେଦନ କରି ନଥିଲେ ଆଉ ସୁଯୋଗ ମିଳିବନି ।
ସେହି ସ୍ଥାନରେ ନୂଆ ଲୋକଙ୍କୁ ଯୋଗ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ତେବେ ନେଟୱର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକ ଋ -କଣଉ କରିନାହାନ୍ତି ତେଣୁ ପୁଣି ସୁଯୋଗ ମିଳୁ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଯୋଗ୍ୟ ଏପର୍ଯ୍ୟନ୍ତ ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ E- KYC କରିସାରିଲେଣି ।୯୦% ଋ -କଣଉ ଅପଡେଟ୍ କଲେଣି, ଆହୁରି ୩୩ ଲକ୍ଷ ବାକି ରହିଛନ୍ତି । ନେଟୱର୍କ ସମସ୍ୟା ସହ ବିଭିନ୍ନ କାରଣରୁ E- KYC ହୋଇପାରୁନାହିଁ ତେଣୁ ସମସ୍ୟା ଥିଲେ ଟୋଲ୍ ଫ୍ରି ନଂ \’୧୯୬୭\’କୁ ଫୋନ କରିବାକୁ ସୂଚନା ରହିଛି ।
ଗତ ଜୁନ ମାସରୁ ହୋଇଥିଲା ଏହି ପ୍ରକ୍ରିୟା । E- KYC କରିନଥିଲେ ରାସନ କାର୍ଡରୁ ଉପଭୋକ୍ତାଙ୍କ ନାଁ କଟିଯିବ । ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ । ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟିଦିଆଯିବ ।