Odisha News

ମାନସ ହତ୍ୟା ମାମଲା: ଟିଆଇ ପରେଡରେ ୫ ଅଭିଯୁକ୍ତଙ୍କୁ ଚିହ୍ନିଦେଲେ ୩ ସାକ୍ଷୀ

ଭଦ୍ରକ ୨୩/୪: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ସରିଲା ଟିଆଇ ପରେଡ଼ ବା ଚିହ୍ନଟ ପ୍ରକ୍ରିୟା ।
ଭଦ୍ରକ ସବଜେଲରେ ହୋଇଛି ଚିହ୍ନଟ ପ୍ରକ୍ରିୟା । ଭଦ୍ରକ ସବଜେଲର ପୂର୍ବତନ ଜେଲ ଆଇନ ଅଧିକାରୀ ଙ୍କ ଅନୁସାରେ, କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଏଫସିଙ୍କ ନିକଟରେ ଟିଆଇ ପରେଡ଼ ପାଇଁ ଅନୁମତି ମାଗିଥିଲେ ।
ସେହି ଅନୁଯାୟୀ ଚନ୍ଦବାଲି ଜେଏମଏଫସି ନିଜେ ଟିଆଇ ପରେଡ଼ ନକରି ଭଦ୍ରକ ସଦର ମହକୁମାର ଅନ୍ୟ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟିଆଇ ପରେଡ଼ ପାଇଁ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଅନୁମତି ମାଗିଥିଲେ ।
ଓ ଭଦ୍ରକର ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ରିତିକା ଜେନାଙ୍କୁ ଜେଲ ଭିତରେ ଟିଆଇ ପରେଡ଼ ପାଇଁ ନିର୍ଦ୍ଦେଶ ଦେଇଥିଲେ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ।
ପରେ ଅନୁମତି ମିଳିବା ପରେ ଭଦ୍ରକ ସବଜେଲରେ ଟିଆଇ ପ୍ୟାରେଡ଼ ଆୟୋଜିତ ହୋଇଥିଲା । ପ୍ରକ୍ରିୟା ଅନୁଯାୟୀ ସମାନ ରଙ୍ଗ ର ପୋଷାକ ଓ ସମାନ ଉଚ୍ଚତା ସମାନ ରଙ୍ଗ ଓ ସମାନ ଚେହେରା ସହ ମୁଦାଲାଙ୍କ ସହ ଅନ୍ୟ କେତେକଙ୍କୁ ସାମିଲ କରାଯାଇଥିଲା ।
ଏହି ସମୟ ରେ ମାଜିଷ୍ଟ୍ରେଟଙ୍କ ସହ ଜେଲ କର୍ତ୍ତୃପକ୍ଷ ଙ୍କ ବ୍ୟତୀତ ଅନ୍ୟ କାହାରି ଉପସ୍ଥିତିକୁ ଆଇନ ଅନୁଯାୟୀ ଅନୁମତି ଦିଆଯାଇନଥିଲା ।
ପରେ ୩ ଜଣ ସାକ୍ଷୀ ଓ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ, ଦୁଇ ଜଣ ସାକ୍ଷୀ ୫ଜଣ ଚିହ୍ନଟ କରିଥିବା ବେଳେ ଜଣେ ସାକ୍ଷୀ ୩ ଜଣଙ୍କୁ ଠିକ ଭାବେ ଚିହ୍ନଟ କରିଥିଲେ । ତେବେ ଏହି ପ୍ରକ୍ରିୟାକୁ ଜେଲ କର୍ତ୍ତୃପକ୍ଷ ଓ ଜେଲ ଅଧିକ୍ଷକ ଋଷିନାଥ ନାଟକ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.