Odisha News

ମାଟି ତଳୁ ମିଳିଲା ୩୨ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୦/୪: ମାଟି ତଳୁ ଜବତ ହେଲା ବିଡ଼ାବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କାକୁ ଜବତ କଲା ପୋଲିସ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ରେ ।
ଅଖା ଭିତରେ ୫ ଶହ ଟଙ୍କିଆ ନୋଟ୍ ବିଡ଼ାକୁ ରଖି ଏହାକୁ ପୋତା ଯାଇଥିଲା । ଯାହାକୁ ଖୋଳି ବାହାର କରିବା ପରେ ପୋଲିସ୍ ହାତରେ ଲାଗିଛି ଏସବୁ ନୋଟ୍ ।
ସୂଚନା ଅନୁସାରେ, ଗତ ୧୬ ତାରିଖ ଦିନ ସମ୍ବଲପୁରର ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା । ମାମଲାରେ ୪ ଜଣଙ୍କୁ ଗିରଫ କରି ତଦନ୍ତ କଲା ପରେ ଏସମ୍ପର୍କରେ ସୂଚନା ମିଳିଥିଲା । ତେବେ ୩୯ ଲକ୍ଷ ଟଙ୍କାରୁ ଏବେ ୩୨ ଲକ୍ଷ ଟଙ୍କା ମିଳିଛି ।

Related Posts

Seo wordpress plugin by www.seowizard.org.