ମାଘ ସପ୍ତମୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସୁରକ୍ଷା ପାଇଁ ଫୋର୍ସ ମୁତୟନ
ପୁରୀ, ୪/୨: ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଅର୍କ କ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ବ୍ରାହ୍ମ ମୂହୂର୍ତ୍ତରେ ସୂର୍ଯ୍ୟୋଦୋୟବେଳେ ପବିତ୍ର ସ୍ନାନ କରିଛନ୍ତି ଶ୍ରଦ୍ଧାଳୁ । ପରିବାରକୁ ରୋଗ, ଦୁଃଖ, ଶୋକରୁ ରକ୍ଷା କରିବାକୁ ମଙ୍ଗଳମନାସୀ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି ।
ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ ଓ ଶାମ୍ବ ଦଶମୀର ୨୭ ଦିନ ପରେ ମାଘ ସପ୍ତମୀ ପାଳନ ହୋଇଥାଏ । ଅଭିଶପ୍ତ ଶାମ୍ବ ପିତା ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ତପସ୍ୟା କରିଥିଲେ ଏବଂ ସୂର୍ଯ୍ୟପୂଜା ଆରମ୍ଭ କରିଥିଲେ ।
ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ପୌଷମାସ ଦଶମୀଠାରୁ ମାଘ ମାସ ସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ ।
ଶାମ୍ବ ସୂର୍ଯ୍ୟପୂଜା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣିବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ନେଇ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତେଣୁ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ପବିତ୍ର ବୁଡ଼ ପକାଇଲେ ନିରୋଗ ରହିଥାଆନ୍ତି ବୋଲି ବିଶ୍ୱାସ ରହିଛି । ବିଳମ୍ବିତ ରାତ୍ରିରେ କୋଣାର୍କର ତିନି ଠାକୁର ତ୍ରିବେଣୀଶ୍ୱର, ଇଶାଣେଶ୍ୱର ଏବଂ ଦକ୍ଷିଣେଶ୍ୱର ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ ।
ତିନି ଠାକୁର ତ୍ରିବେଣୀଶ୍ୱର, ଇଶାଣେଶ୍ୱର ଏବଂ ଦକ୍ଷିଣେଶ୍ୱର ମହାସ୍ନାନ କରିଥିଲେ । ଏହା ପରେ ଶ୍ରଦ୍ଧାଳୁଙ୍କର ପବିତ୍ର ସ୍ନାନ ଆରମ୍ଭ ହୋଇଥିଲା । ଏହା ପରେ ମହାଆଳତୀ କରାଯାଇଥିଲା ।
ଚା