Odisha News

ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ, ଘରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର, ୯/୪ : ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି। ବରଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ ।
ସରୋଜିନୀ ଜଣେ ରାଜ୍ୟସ୍ତରୀୟ ବକ୍ସିଂ ଓ ଖେଖୋ ଖେଳାଳି । ଗତ କିଛି ବର୍ଷ ହେବ ସେ ରାଜଧାନୀରେ ରହିବା ସହ କଟକ ରୋଡ୍ ରେ ଏକ ବାଇକ୍ ସୋ-ରୁମ୍ ରେ ଚାକିରି କରୁଥିଲେ । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ଘଟିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଝିଅ ମୃତ୍ୟୁ ଖବର ପାଇ ସରୋଜିନୀଙ୍କ ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ସେମାନେ ବି ଏହାର ପଛର କାରଣ ସ୍ପଷ୍ଟ ଭାବେ କହି ପାରୁ ନ ଥିବା ବେଳେ ଝିଅର କାହା ସହ ଶତ୍ରୁତା ନ ଥିବା କହିଛନ୍ତି। ପୁଲିସ୍ ସରୋଜିନୀଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରିବା ସହ ତାଙ୍କ ସାଙ୍ଗସାଥୀ ଓ ସହଯୋଗୀଙ୍କୁ ପଚରାଉଚରା କରୁଛି।

Related Posts

Seo wordpress plugin by www.seowizard.org.