Odisha News

ମହିପୁର ଫାଣ୍ଡି ଦାୟିତ୍ଵ ଗ୍ରହଣ କଲେ ନୂତନ ଅଧିକାରୀ ରମେଶ କୁମାର ଦେବତା

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୧୭/୭: ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ଫାଣ୍ଡିରେ ନୂତନ ଅଧିକାରୀ ଭାବେ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି ସବ୍ ଇନ୍ସପେକ୍ଟର ରମେଶ କୁମାର ଦେବତା । ଏହା ପୂର୍ବରୁ ସେ ମାଓ ପ୍ରବଣ ଅଞ୍ଚଳ କୋରାପୁଟ ଜିଲ୍ଲା ପାଡୁଆ ଥାନାରେ କାର‌୍ୟ୍ୟକରି ବହୁ ଅପରାଧୀ ଙ୍କୁ ଧରି ଗିରଫ କରିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ଜନସାଧାରଣ ଙ୍କ ସୁରକ୍ଷା ପାଇଁ କାର‌୍ୟ୍ୟ କରି ସଫଳତା ହାସଲ କରିଥିଲେ।ଜନସାଧାରଣ ଙ୍କୁ ସୁରକ୍ଷା ଦେବା ସହ କରୋନା ନୀତି ନିୟମ ପାଳନ କିପରି ଲୋକମାନେ କରିବେ ଏବଂ ଲୋକମାନଙ୍କୁ ସଦା ସର୍ବଦା ସାହାଯ୍ୟ କରିବେ ବୋଲି ନୂତନ ଭାବେ ଯୋଗ ଦେଇଥିବା ନୂତନ ଅଧିକାରୀ ରମେଶ କୁମାର ଦେବତା କହିଛନ୍ତି।

Related Posts

Seo wordpress plugin by www.seowizard.org.