Odisha News

ମହିପୁର ଗ୍ରାମ ପଞ୍ଚାୟତ ନୂତନ ଗେଟ୍ ଉଦଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ, ୮/୭: ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବୁଧବାର ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହି ପୁର ଗ୍ରାମ ପଞ୍ଚାୟତ ର ନୂତନ ଗେଟ୍ ଶୁଭ ଉଦଘାଟନ କରିଥିଲେ।
ତତ୍ ସହିତ ବିଧାୟକ ଶ୍ରୀ ବେହେରା ମାର୍କେଟ କମ୍ପ୍ଲେକ୍ସ ପାଇଁ ଶିଳା ନ୍ୟାସ କରିବା ସହିତ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝିଥିଲେ। ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା, ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସ ମଲ, ମହିପୁର ସରପଞ୍ଚ ମାଳତୀ ସାହୁ,ସମିତି ସଭ୍ୟ ସୁଦାମ ପ୍ରଧାନ,ବିଜେଡ଼ି ସଭାପତି ସନାତନ ସାମଲ,ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳବେହେରା,ଯୁବ ନେତା ସଞ୍ଜୀବ ସାହୁ ଏବଂ ଯୁଗଳ ସାହୁ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା ଦିନ କୁ ଦିନ ବଢ଼ିବାରେ ଲାଗିଛି।

Related Posts

Seo wordpress plugin by www.seowizard.org.