Odisha News

ମହାଭାରତ ଯୁଦ୍ଧର ବଡ଼ ବଡ଼ ପେନସିଲ୍‌ ଆର୍ଟ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ୨୦୨୧ରେ ଟାଇଟଲ୍ ହାସଲ କଲେ ମନସ୍ୱିନୀ ନାହାକ

ସାନଖେମୁଣ୍ଡି,୩/୧: ମହାଭାରତ ଯୁଦ୍ଧର ବଡ଼ ବଡ଼ ପେନ୍ସିଲ ଆର୍ଟ କରି ସାନଖେମୁଣ୍ଡି ତୁଳସୀପଦର ଗ୍ରାମର ସାଧୁ ନାହାକଙ୍କ ସୁକନ୍ୟା ମନସ୍ୱିନୀ ନାହାକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ୨୦୨୧ରେ ଟାଇଟଲ୍ ହାସଲ କରିଛନ୍ତି ।
ତୁଳସୀପଦର ଗ୍ରାମର ସାଧୁ ନାହାକଙ୍କ କନ୍ୟା ମନସ୍ୱିନୀ ଦିଗପହଣ୍ଡିରେ ପରିବାର ରହୁଛନ୍ତି। ଖେମୁଣ୍ଡି କଲେଜରେ ଯୁକ୍ତ ତିନି ପାସ୍ କରିବା ପରେ ଚିତ୍ରକଳା ପ୍ରତି ମନ ବଳାଇଥିଲେ । ପାଠପଢ଼ା ସହିତ ଅବକାଶ ସମୟରେ ଆର୍ଟ ସହ ମେହେନ୍ଦୀ ଡିଜାଇନ କରୁଥିଲେ ।
ନିଜର ୟୁଟ୍ୟୁବ୍ ଆକାଉଣ୍ଟ ଖୋଲି ନୂଆ ପ୍ରଣାଳୀ ଓ କୌଶଳରେ ଡିଜାଇନ ପ୍ରସ୍ତୁତ କରି ୟୁଟ୍ୟୁବ୍ ଆକାଉଣ୍ଟରେ ପୋଷ୍ଟିଂ କରୁଥିଲେ । ଏଥିରେ ଦର୍ଶକଙ୍କ ଲାଇକ୍ ଓ ସେୟାର ବଢ଼ିବାରୁ ମହାଭାରତ ଯୁଦ୍ଧ କ୍ଷେତ୍ରକୁ ପେନ୍ସିଲ ଆର୍ଟ କରି ୟୁଟ୍ୟୁବ୍ ଆକାଉଣ୍ଟରେ ପୋଷ୍ଟିଂ କରିଥିଲେ ।
ଏଥିରେ ମଧ୍ୟ ଦର୍ଶକଙ୍କ ଉଚ୍ଚ ପ୍ରଶଂସା ମିଳିବା ପରେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆବେଦନ କରିଥିଲେ । ରବିବାର ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି ମନସ୍ୱିନୀଙ୍କ କଳାକୃତି ।
ଟାଇଟଲ ହାସଲ ପରେ ନିଜେ ଓ ସମସ୍ତ ପରିବାର ଖୁସି ଥିବା କହିଛନ୍ତି ସେ । ନିଜ ଗାଁ ସାନଖେମୁଣ୍ଡି ବ୍ଲକ ତୁଳସୀପଦରରେ ମା’ ଅଙ୍ଗନବାଡ଼ି କର୍ମୀ ଭାବରେ କାମ କରୁଥିଲେ ମଧ୍ୟ ପାଠ ପଢାଇ ଦୁନିଆ ଆଗରେ କିଛି କରିବା ପାଇଁ ସହଯୋଗ କରିଛନ୍ତି ।

Related Posts

Seo wordpress plugin by www.seowizard.org.