Odisha News

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ଶୋକ

ବିଶ୍ୱ ଭୂଷଣ ମହାପାତ୍ର /ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୩୦/୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ର ପୁଣ୍ୟତିଥିରେ ଆମର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତଯୋଡ ଯାତ୍ରା ଉଦଯାପନୀ ଉତ୍ସବ ରେ ଶ୍ରୀନଗର ଲାଲଫୋର୍ଟ ଠାରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଦେଶର ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କøର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ହେବା ପାଇଁ ଏଆଇସିସି ନିର୍ଦ୍ଦେଶ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ କøର୍ଯ୍ୟାଳୟ ଠାରେ ପିସିସି ପର୍ଯ୍ୟବେକ୍ଷକ ମନୋରଞ୍ଜନ ଦାଶ, ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଜାତୀୟ ପତାକା ଉତ୍ତୋଳନ କରି ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି ।
ସ୍ଵାସ୍ତ୍ୟ ମନ୍ତ୍ରୀ ନବଦାସଙ୍କ ଅକାଳ ବିୟୋଗ ପାଇଁ ଜାତୀୟ ପତାକାକୁ ଅର୍ଦ୍ଧନିମିତ୍ତ ରଖାଯାଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକର୍ତା ଏବଂ ବରିଷ୍ଠ ନ୍ଵତୃବୃନ୍ଦ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.