Odisha News

ମର୍ଜାକୁଦ ବ୍ରିଜ ଛକ ସ୍ଥିତ ନେତାଜୀଙ୍କ ପ୍ରତିମୁର୍ତ୍ତି ନିକଟରେ ପରାକ୍ରମ ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୧ : (ଶୁକ୍ରବାର )ଦିନ ପୂର୍ବାହ୍ନ ରେ ବୌଦ୍ଧ ସହର ମର୍ଜାକୁଦ ବ୍ରିଜ ଛକ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପରାକ୍ରମ ଦିବସ ଜ଼ିଲ୍ଲା ପ୍ରଶାସନ ଏବଂ ମାଇଁ ଭାରତ ପକ୍ଷ ରୁ ପାଳିତ ହୋଇ ଯାଇଛି ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଓ ମାଇଁ ଭାରତର ସଂଯୋଜକ ଆସମାନ୍ ମହାକୁଡଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ତହସିଲଦାର ଅନୀତା କୁମାରୀ ସାହୁ ଯୋଗ ଦେଇ ନେତାଜୀଙ୍କ ପ୍ରତିମୁର୍ତ୍ତି ନିକଟରେ ଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥି ସହ ନେତାଜୀ ଙ୍କ ଜୀବନୀ ବିଷୟରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।
ଜ଼ିଲ୍ଲା ସଂଯୋଜକ, ମାଇଁ ଭାରତ, ବୌଦ୍ଧ ଆସମାନ ମହାକୁଡ଼ ସମସ୍ତ ଙ୍କୁ ସ୍ୱାଗତ କରିବା ସହ, ଅତିଥି ପରିଚୟ ପ୍ରଦାନ, ଦିବସ ର ଉଦ୍ଦେଶ୍ୟ ଜ୍ଞକ୍ଷପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସୁଶ୍ରୀ ସିଂହ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Related Posts