Odisha News

ମନ୍ତ୍ରୀ ନବଦାସ ହତ୍ୟା ଘଟଣା, କୋର୍ଟରେ ହାଜର ପରେ ଜେଲ୍ ଗଲେ ଗୋପାଳ

ଭୁବନେଶ୍ବର,୧୩/୨ : କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ବାବଦରେ କ୍ରାଇମ ବ୍ରାଞ୍ଚ ଦିନକୁ ଦିନ ନୂଆ ତଥ୍ୟର ସାମନା କରୁଛି। କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଛି ଗୋପାଳ ଜଣେ ସାର୍ପ-ସୁଟର।
ପୁଲିସ ବିଭାଗରେ ଅନୁଷ୍ଠିତ ହୋଇଥିବା ବନ୍ଧୁକ ଚାଳନାରେ ସେ ଉତ୍ତମ ପ୍ରଦର୍ଶନ କରିଥିଲେ। ଗତ ବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଏ ନେଇ ପୁରସ୍କୃତ ମଧ୍ୟ କରାଯାଇଥିଲା। କ୍ରାଇମ ବ୍ରାଞ୍ଚ ଏସବୁ ଜାଣିବା ପରେ ଜିଲ୍ଲା ପୁଲିସକୁ ଏହି ସବୁ ରେକର୍ଡ ପ୍ରଦାନ କରିବାକୁ କହିଛି।
କ୍ରାଇମ ବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି କି, ଗତ ଡିସେମ୍ବର ମାସରେ ଜିଲ୍ଲା ପୁଲିସ ଅଫିସରମାନଙ୍କ ବାର୍ଷିକ ଫାଇରିଂ ରେଞ୍ଜ କୋର୍ସ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋପାଳ ମଧ୍ୟ ଭାଗ ନେଇଥିଲା। ଏଥିରେ ରାଇଫଲ, ଲାଇଟ ମେସିନ୍ ଗନ୍, ଏକ-୪୭ ଏବଂ ୯ ଏମଏମ ପିସ୍ତଲ ୫୦ରୁ ଶହେ ମିଟ ରେଞ୍ଜ ମଧ୍ୟରେ ଚାଳନା କରିଥିଲା।
ଯେଉଁଥିରେ ସେ ସମସ୍ତ ପ୍ରକାରର ବନ୍ଧୁକରୁ ବ୍ଲୁ ବଲ୍ ଆଖି ପକାଇ ଗୁଳି ମାରୁଥିଲା। କରୋନା ମହାମାରୀ ପାଇଁ ୨୦୨୦ ଏବଂ ୨୦୨୧ରେ ବାର୍ଷିକ ଫାଇରିଂ ରେଞ୍ଜ କୋର୍ସ ଅନୁଷ୍ଠିତ ହୋଇ ନ ଥିଲେ ମଧ୍ୟ ଦୁଇ ବର୍ଷ ପରେ ଗୋପାଳ ବନ୍ଧୁକ ଚାଳନା ଦକ୍ଷତା ଦେଖି ତାକୁ ଜିଲ୍ଲା ପୁଲିସ ପ୍ରଶଂସାରେ ପୋତି ପକାଇଥିଲା। ତେଣୁ ଏଥିରୁ ସ୍ପଷ୍ଟ ଯେ ଗୋପାଳ ଜଣେ ସାର୍ପସୁଟର ଥିଲା ବୋଲି କ୍ରାଇମ ବ୍ରାଞ୍ଚ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଯେଉଁ ଦିନ ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିଲା ସେ ଦିନ ସେ ନବଙ୍କ ଶରୀରଠାରୁ ମାତ୍ର ୬ ଇଞ୍ଚ ଦୂରରେ ରହି ଗୁଳି ମାରିଥିଲା। ଏଠାରେ ପ୍ରକାଶଥାଉକି, ଗୋପାଳକୁ ଜିଲ୍ଲା ପୁଲିସ ୨୦୧୩ରେ ବନ୍ଧୁକ ପ୍ରଦାନ କରିଥିଲେ।

Related Posts

Seo wordpress plugin by www.seowizard.org.