Odisha News

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ସଂକ୍ରମିତ୍ର

ଭୋପାଲ ୨୫/୭ : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ସଂକ୍ରମିତ୍ର ଚିହ୍ନଟ ହୋଇଛନ୍ତି । ଏନେଇ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି କହିଛନ୍ତି ।
ତାଙ୍କଠାରେ କୌଣସି କରୋନା ଲକ୍ଷଣ ନଥିଲା । ତାଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏବେ ତାଙ୍କର ନମୁନା ରିପୋର୍ଟ ପଜିଟିଭ୍ ଆସିଛି।
ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର କରୋନା ଯାଞ୍ଚ କରାଇ ନିଅନ୍ତୁ ବୋଲି ସେ ଟୁଇଟରେ ଅପିଲ କରିଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ପରିବାର ସଦସ୍ୟ, ସମ୍ପର୍କୀୟ, ନେତା ଆଦି କ୍ଵାରେଣ୍ଟାଇନରେ ରୁହନ୍ତୁ ବୋଲି ସେ ଅପିଲ କରିଛନ୍ତି । ସେ କରୋନା ଗାଇଡଲାଇନ ପାଳନ କରୁଛନ୍ତି ବୋଲି କହିଛନ୍ତି ।ଏହାସହ ରାଜ୍ୟବାସୀଙ୍କୁ ସୁରକ୍ଷିତ ଓ ସଚେତନ ରହିବାକୁ ସେ ଅପିଲ କରିଛନ୍ତି । ଟିକିଏ ଅସାବଧାନତା କରୋନା ସଂକ୍ରମଣକୁ ନିମନ୍ତ୍ରଣ କରିଥାଏ ବୋଲି ସେ କହିଛନ୍ତି ।
ଶିବରାଜ ଲେଖିଛନ୍ତି ଯେ, ସେ କରୋନା ଠାରୁ ସାବଧାନ ରହିବାକୁ ପୁରା ପ୍ରୟାସ କରିଥିଲେ । କିନ୍ତୁ ବିଭିନ୍ନ ସମସ୍ୟା ନେଇ ଲୋକେ ତାଙ୍କୁ ସାକ୍ଷାତ କରିବାକୁ ଆସିଥାନ୍ତି । ସେଥିପାଇଁ ଯେଉଁମାନେ ତାଙ୍କୁ ସାକ୍ଷାତ କରିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ କହିଛନ୍ତି । କରୋନାକୁ ଭୟ କରିବାର କିଛ ନାହିଁ, ଠିକ ସମୟରେ ଚିକିତ୍ସା ହେଲେ ଲୋକେ ସୁସ୍ଥ ହୋଇଯାଉଛନ୍ତି ବୋଲି ସେ କହିଛନ୍ତି ।

Related Posts

Seo wordpress plugin by www.seowizard.org.