Odisha News

ମଝି ଆକାଶରେ ସାପ ଆତଙ୍କ

ନୂଆଦିଲ୍ଲୀ,୧୧/୧୨: ଯାତ୍ରୀଙ୍କୁ ଧରି ଉଡାଣ ଭରୁଥିଲା । ହଠାତ୍ ଲୋକଙ୍କ ନଜର ପଡିଗଲା ସାପ ଉପରେ । ସାପ ଦେଖି ଆତଙ୍କିତ ହୋଇପଡିଥିଲେ ବିମାନ ଯାତ୍ରୀ । ସଙ୍ଗେ ସଙ୍ଗେ ବିମାନଟିକୁ ଦୁବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଗଲା । ଅବତରଣ ପରେ କାର୍ଗୋ ହୋଲ୍ଡ ଭିତରୁ ଏକ ସାପ ବାହାରିଥିବା କୁହାଯାଉଛି। ସୌଭାଗକୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପରେ ସାପଟିକୁ ବାହାର କରାଯାଇଥିବା ସୁଚନା ମିଳିଛି ।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଏକ୍ସପ୍ରେସର ବି-୭୩୭-୮୦୦ ବିମାନ କାଲିକଟ, କରେଳରୁ ଦୁବାଇ ଅଭିମୁଖେ ଯାଉଥିଲା। ବେଳେ ହଠାତ୍ ଏକ ସାପକୁ ଦେଖିଥିଲେ ଯାତ୍ରୀ । ତେବେ ଏଘଟଣା ନେଇ ଡିଜିସିଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁବାଇ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନର କାର୍ଗୋ ହୋଲ୍ଡରେ ଏକ ସାପ ମିଳିଥିଲା। ଏହା ପରେ ବିମାନବନ୍ଦରର ଅଗ୍ନିଶମ ସେବାକୁ ଏନେଇ ସୂଚନା ଦିଆଯାଇଥିଲା। ଏହା ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ତ୍ରୁଟିର ଏକ ମାମଲା ବୋଲି କୁହାଯାଉଛି। ଅଧିକାରୀଙ୍କ କହିବାନୁସାରେ, ଘଟଣାର ଅନୁସନ୍ଧାନ କରାଯିବ ଏବଂ ଏ ସମ୍ପର୍କରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ସାପ ବିମାନର କାର୍ଗୋ ହୋଲ୍ଡ ଭିତରକୁ କିଭଳି ପଶିଲା ସେନେଇ ଯାଞ୍ଚ ଚାଲିଛି।

Related Posts

Seo wordpress plugin by www.seowizard.org.