ମଗଜି ଲଡୁକୁ ମିଳିବ ଜିଆଇ ଟ୍ୟାଗ୍ !

ଢ଼େଙ୍କାନାଳ,୧୩/୧୧: ଢ଼େଙ୍କାନାଳ ଜିଲ୍ଲାର ସ୍ୱାଦିଷ୍ଟ ମଗଜି ଲଡୁକୁ ମିଳିବ ଜିଆଇ ଟ୍ୟାଗ୍ । ଢ଼େଙ୍କାନଳ ଜିଲ୍ଲା ଗଅଁଦିଆ ବ୍ଲକର ଷଡଙ୍ଗୀ ଗାଁର ଚକ୍ରଧର ସାହୁ ନାମକ ଜଣେ ମିଠାକାରିଗର ଏହି ଲଡ଼ୁକୁ ପ୍ରାୟ ଦେଢ଼ଶହ ବର୍ଷ ତଳେ ଆରମ୍ଭ କରିଥିଲେ । ଗୋଲ ଗୋଲ ଧୋବ ଫରଫର ଲଡ଼ୁ ମଇଁଷୀ କ୍ଷୀରରେ ତିଆରି ଛେନାରୁ ପ୍ରସ୍ତୁତ ହୋଇଥାଏ ଏହି ଲଡ଼ୁ ।