Odisha News

ଭୟ ଖେଳାଉଛି କରୋନା: ୨ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୦/୫: ପୁଣି ଥରେ କରୋନା ଭୟ ଘାରିଛି । ଧିରେ ଧିରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ସିଙ୍ଗାପୁର, ହଂକଂ । ପରେ ଏବେ ଭାରତରେ ମଧ୍ୟ କୋଭିଡ୍ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ଦେଶରେ ଗତକାଲି ରିପୋର୍ଟ ସୁଦ୍ଧା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ରେ ପହଁଚିଛି । କେନ୍ଦ୍ର ସରକାର ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡାଇରେକ୍ଟର ଜେନେରାଲ ଅଫ୍ ହେଲଥ ସର୍ଭିସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଏମରଜେନ୍ସି ମେଡିକାଲ ରିଲିଫ୍ ଡିଭିଜନ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଲ୍ଇ ଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ରିସର୍ଚ୍ଚର ଟିମ୍ ବୈଠକରେ ଯୋଗ ଦେଇଥିଲେ । ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇ ରହିଛି।
କେରଳ, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଦ୍ୟତମ ରିପୋର୍ଟ ଅନୁଯାୟୀ କେରଳରେ ସର୍ବାଧିକ ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ୪୪ ଏବଂ ତାମିଲନାଡ଼ୁରେ ୩୪ଟି କୋଭିଡ୍ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଦୁଇ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ସେମାନେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ମୃତ୍ୟୁ ହୋଇଥିବା କୁହାଯାଇଛି । ମହାରାଷ୍ଟ୍ର ମୁମ୍ବାଇର କିଙ୍ଗ୍ ଏଡୱାର୍ଡ ମେମୋରିଆଲ୍ ହସ୍ପିଟାଲରେ ଜଣେ ୫୪ ବର୍ଷୀୟ ରୋଗୀ ପ୍ରାଣ ହରାଇଛନ୍ତି । ସେ କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ଜଣା ପଡ଼ିଛି । ସେହିପରି କିଡ଼ନୀ ରୋଗରେ ପୀଡ଼ିତ ଥିବା ଏକ ନାବାଳିକା ମଧ୍ୟ ପ୍ରାଣ ହରାଇଛନ୍ତି । ପରିବାର ଲୋକଙ୍କୁ ସେମାନଙ୍କ ମୃତ ଦେହ ହସ୍ତାନ୍ତର କରା ନ ଯାଇ ପ୍ରଶାସନ ପକ୍ଷରୁ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି ।
ଏଠାରେ

Related Posts