Odisha News

ଭୋଜି ଖାଇବାକୁ ଯିବା ବାଟରେ ଦୁର୍ଘଟଣା: ଘାଟିରୁ ୭୦ ଫୁଟ୍ ତଳକୁ ଖସିଲା କାର୍, ୩ ମୃତ ଓ ୭ ଗୁରୁତର

ବାଲିଗୁଡ଼ା, ୪/୧: କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡାଘାଟିରେ ଭାରସ୍ୟମ ହରାଇ ୭୦ଫୁଟ୍ ତଳକୁଏକ କାର ଖସିପଡ଼ିବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଅଛନ୍ତି।
ସମସ୍ତ ଗୁରୁତରଙ୍କୁ ରାଇକିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରାଇକିଆ ଅଞ୍ଚଳର ଦିଗୀରୁ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ଦାନ୍ଥଲିଙ୍ଗ ଯାଉଥିବା ସମୟରେ ଦୁର୍ଘଟଣାଟି ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ରାଇକିଆ ଅଞ୍ଚଳର ୧୦ ଜଣ ଯୁବକ ସୋରଡ଼ା ଅଞ୍ଚଳକୁ ଏକ ଭୋଜିରେ ଯୋଗଦେବା ପାଇଁ ବାହାରିଥିଲେ। ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ଟାରେ ସେମାନଙ୍କର ଗାଡ଼ି (ଓଆର୧୯କେ୫୬୫୧) କରଡ଼ାଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଚାଳକ ଭାରସାମ୍ୟ ହରାଇବାରୁ ଘଟଣାସ୍ଥଳରୁ ପ୍ରାୟ ୭୦ ଫୁଟ ତଳକୁ କାର୍ଟି ଖସିପଡ଼ିଥିଲା। ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଓ ଦମକଳବାହିନୀର କର୍ମଚାରୀମାନେ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.