Odisha News

ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ ସ୍ୱିଟି ହାୱଡ଼ାରେ ଠାବ, ପୁରୁଷ ବନ୍ଧୁ ସହ ନଜର ଆସିଥିବା ସିସିଟିଭିରୁ ସୁରାକ୍

ଭୁବନେଶ୍ୱର,୨୫/୬ : ଭୁବନେଶ୍ୱର ରେଲୱେ ଷ୍ଟେଶନରୁ ଗତ ବୁଧବାରଠୁ ନିଖୋଜ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରାୟଙ୍କୁ ଏ ଯାଏ ଠାବ କରାଯାଇ ପାରି ନ ଥିବା ବେଳେ ତାଙ୍କ ସମ୍ପର୍କରେ ସୁରାଗ କିନ୍ତୁ ମିଳିଛି।
ପଶ୍ଚିମବଙ୍ଗର ଚିତପୁରରେ ନିଜ ପୁରୁଷ ବନ୍ଧୁଙ୍କ ସହ ସ୍ୱିଟି ଥିବା ପୁଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଛି। ସ୍ୱିଟିଙ୍କୁ ଉଦ୍ଧାର କରିବାକୁ କମିଶନରେଟ ପୁଲିସ୍ ସ୍ଥାନୀୟ ଚିତପୁର ପୁଲିସ୍ର ସହାୟତା ନେଇଛି।
ସ୍ୱିଟି ନିଖୋଜ ହେବା ବେଳେ ତାଙ୍କ ନିକଟରେ ଜଣେ ଯୁବକ ଛିଡ଼ା ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ସ୍ୱିଟି ଉକ୍ତ ଯୁବକଙ୍କ ସହ କଥା ହେଉଥିଲେ, ପାଖରେ ଛିଡ଼ା ହୋଇଥିଲେ। ହେଲେ ଏହାପରେ ହଠାତ୍ ଉଭୟ ଅନ୍ତର୍ଦ୍ଧାନ ହୋଇ ପଡ଼ିଥିବା ବେଳେ ସ୍ୱିଟିଙ୍କ ଫୋନ୍ ସୁଇଚ ଅଫ୍ ଆସିଥିଲା।
ପୁଲିସ୍ ତଦନ୍ତ କରି ଉକ୍ତ ଯୁବକଙ୍କ ଘର ଚିତପୁରରେ ବୋଲି ଠାବ କରିଛି। ଏହାପରେ ତାଙ୍କ ମୋବାଇଲ ନଂ ଟ୍ରାସିଂ କରାଯିବାରୁ ସେ ଚିତପୁରରେ ଥିବା ଜଣାପଡ଼ିଥିଲା।
ସ୍ୱିଟି ବି ତାଙ୍କ ସହ ଥାଇପାରନ୍ତି ବୋଲି ଅନୁମାନ କରି ପୁଲିସ୍ ଏବେ ଉଭୟଙ୍କୁ ଠାବ କରିବାକୁ ପ୍ରୟାସ ଆରମ୍ଭ କରିଛି। ଏଥିନିମନ୍ତେ ସ୍ଥାନୀୟ ପୁଲିସ୍ର ସହାୟତା ଲୋଡ଼ିଛି।
ସ୍ୱିଟି ଭୁବନେଶ୍ୱରସ୍ଥିତ ଉତ୍କଳ ଏରୋସ୍ପେଶ ଇଞ୍ଜିନିୟରିଂ କଲେଜ ଛାତ୍ରୀ। ଛୁଟିରେ କୋଲକତାସ୍ଥିତ ନିଜ ଘରକୁ ଯାଇ ଗତ ବୁଧବାର ଜନଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ କୋଲାକାତାରୁ ଭୁବନେଶ୍ୱର ଆସିଥିଲେ ।
ରାତି ପ୍ରାୟ ୮ଟାରେ ସେ ଭୁବନେଶ୍ୱର ରେଳଷ୍ଟେସନରେ ଓହ୍ଲାଇଥିଲେ । ୬ ନମ୍ବର ପ୍ଲାଟଫର୍ମରେ ଥାଇ ସେ ନିଜ ମା’ଙ୍କୁ ଫୋନ କରି ଭୁବନେଶ୍ୱରରେ ପହଞ୍ଚିବା ଜଣାଇଥିଲେ ।
ପ୍ରାୟ ଅଧ ଘଣ୍ଟା ପରେ ସେ ହଷ୍ଟେଲରେ ପହଞ୍ଚିଲେ କି ନାହିଁ ବୁଝିବାକୁ ମା’ ତାଙ୍କୁ ଫୋନ କରିବାରୁ ତାଙ୍କ ଫୋନ ସ୍ୱିଚ୍ ଅଫ୍ ଥିଲା । ଫୋନ ବାରମ୍ବାର ସ୍ୱିଚ୍ ଅଫ୍ ଥିବା ଜଣାପଡିବା ପରେ ସ୍ୱିଟିଙ୍କ ବାପା ଭୁବନେଶ୍ୱରରେ ରହୁଥିବା ନିଜ ବନ୍ଧୁ ସୁରେଶଙ୍କୁ ଏ ବିଷୟରେ ଜଣାଇଥିଲେ।
ଏହାପରେ ସୁରେଶ ଭୁବନେଶ୍ୱର ରେଲୱେ ଥାନାରେ ସ୍ୱିଟିଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ସିସିଟିଭି ଯାଞ୍ଚ କରିଥିଲା।
ଏହାପରେ ସ୍ୱିଟିଙ୍କ ନିକଟରେ ଜଣେ ଯୁବକ ଛିଡ଼ା ହୋଇଥିବା ଦେଖିବା ପରେ ପୁଲିସ୍ ଏବେ ଉଭୟଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରଖିଛି।

Related Posts

Seo wordpress plugin by www.seowizard.org.