Odisha News

ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ ଥିବା ବାବୁଲି ଚରଣ ପଢ଼ିଆରୀଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର, ୨୫/୪: ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ ଥିବା ବାବୁଲି ଚରଣ ପଢ଼ିଆରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ ହୋଇଛି ।
ଭିଜିଲାନ୍ସର ତିନି ଜଣ ଡ଼ିଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଛି ।
ଭୁବନେଶ୍ୱରର ରଘୁନାଥପୁରରେ ଥିବା ଏକ ତିନି ମହଲା କୋଠା, ଏକ ଦୁଇ ମହଲା କୋଠା, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୧୦୨ରେ ଚଢ଼ାଉ ଚାଲିଛି ।
ସେହିପରି ବାବୁଲି ଚରଣ ପଢ଼ିଆରୀଙ୍କ ରଘୁନାଥପୁର ସ୍ଥିତ ପୈତୃକ ବାସଭବନ, କଳାରାହାଙ୍ଗ ଗ୍ରାମପଞ୍ଚାୟତ ଅଫିସରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି ।

Related Posts

Seo wordpress plugin by www.seowizard.org.