Odisha News

ଭୁବନେଶ୍ୱରର ପୁଣି ୧୩୭ କରୋନା ସଂକ୍ରମିତ, ମୋଟ୍ ପଜିଟିଭ୍ ସଂଖ୍ୟା ୨୫୦୦ ଟପିଲା

ଭୁବନେଶ୍ଵର. ୨୯।୭: ଭୁବନେଶ୍ୱରରୁ ଆଜି ୧୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନା ସଂକ୍ରମିଙ୍କ ସଂଖ୍ୟା ୨୫୦୦ ଟପି ୨୫୦୨ରେ ପହଞ୍ଚିଛି। ୧୩୭ କେସ୍ରୁ କ୍ଵାରେଣ୍ଟାଇନ୍ରୁ ୯୮ କୋଭିଡ୍-୧୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ୩୯ ଜଣ ଅଛନ୍ତି। ବୁଧବାର ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ କରାଯାଇ ଏହାର ସୂଚନା ଦିଆଯାଇଛି।
ବିଏମସି ଅନୁଯାୟୀ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରେ ୧୩୭ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ କ୍ଵାରେଣ୍ଟାଇନ୍ କେସ୍ ୯୮ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ୩୯ ରହିଛି। ୟୁନିଟ୍-୧ ବସ୍ତିରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ପରି ସତ୍ୟନଗରରୁ ୭, କଳ୍ପନା ଛକ ନିକଟରୁ ୬, ଜୟଦୁର୍ଗା ନଗରରୁ ୫, ସହିଦ ନଗରରୁ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅଦ୍ୟାବଧି ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦୨କୁ ବୃଦ୍ଧି ଘଟିଛି।
ଅନ୍ୟପକ୍ଷେମ ଆଶ୍ଵସ୍ତିକର କଥା ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ କରୋନାରୁ ଆଉ ୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Related Posts

Seo wordpress plugin by www.seowizard.org.