Odisha News

ଭୁବନେଶ୍ୱରରେ ଡ୍ରେନେଜ୍ ସମସ୍ୟାର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର,୩/୬ : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହାରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନଗମ ପକ୍ଷରୁ ସଫେଇ କରାଯାଇଥିବା ବେଳେ ମଙ୍ଗଳବାର ବିଭାଗୀୟ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ବିଏମସି ଅଞ୍ଚଳରେ ଥିବା ଇସ୍କନ ମନ୍ଦିର, ଭୋଇନଗର ନାଳ ନମ୍ବର ୧, ରାଜୀବ ନଗର ନାଳ ୯ ନମ୍ବର, ବୋମିଖାଲ, ସମେତ ବିଭିନ୍ନ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିଛନ୍ତି ।
ପୂର୍ବରୁ ବର୍ଷା ଦିନରେ ଏହି ସବୁ ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୁଏ । କେତେକ ସ୍ଥାନରେ ନିକଟରେ ନୂଆ ନାଳ ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ବିଏମସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି ।

Related Posts