Odisha News

ଭୁବନେଶ୍ୱରରୁ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ଜଣ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୬/୭: ସୋମବାର ଦିନ ଭୁବନେଶ୍ୱରରୁ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୭ଜଣଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୨ଜଣ କରୋନା ଯୋଦ୍ଧା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।
ଚିହ୍ନଟ ୧୦ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଡୁମଡୁମା ରଘୁନାଥ ନଗର ବସ୍ତିର ୪୦ ବର୍ଷର ମହିଳା ଓ ୩୦ ବର୍ଷର ଜଣେ ଯୁବକ । ସେହିପରି ପଟିଆ ଗାଁରୁ ଜଣେ ୬୩ ବର୍ଷୀୟ ବୃଦ୍ଧ, ବିଜେପି ନଗର ପାଣିଟାଙ୍କି ବସ୍ତିରୁ ୨୩ ବର୍ଷର ଯୁବକ, ଅନ୍ଧାରୁଆରୁ ୪୮ବର୍ଷୀୟା ମହିଳା, ଶତାବ୍ଦୀ ନଗରରୁ ୨୯ ବର୍ଷୀୟା ଯୁବତୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଆହୁରି ମଧ୍ୟ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୩୨ ବର୍ଷର ମହିଳା, ଚକେଇସିଆଣିର ୬୭ ବର୍ଷୀୟ ବୃଦ୍ଧ ଓ ଏକ କେନ୍ଦ୍ରୀୟ ହସ୍ପିଟାଲର ୨୨ ଓ ୨୬ ବର୍ଷର ୨ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏତତ୍ ବ୍ୟତୀତ ଏକ ଘରୋଇ କୋଭିଡ୍ ହସ୍ପିଚାଲର ୨ କରୋନା ଯୋଦ୍ଧା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜଧାନୀରୁ ଏବେସୁଦ୍ଧା ୪୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୬୯ଟି ସକ୍ରିୟ କେସ୍ ଥିବା ବେଳେ ୬ଜଣ ପ୍ରାଣ ହରାଇଛନ୍ତି ।

Related Posts

Seo wordpress plugin by www.seowizard.org.