Odisha News

ଭୁବନେଶ୍ବର ସମେତ ଯାଜପୁରରେ ଖଣି ବ୍ୟବସାୟୀଙ୍କ ଘରେ ଇନକମ୍‌ ଟାକ୍ସ ବିଭାଗର ଚଢଉ ଜାରି

ଭୁବନେଶ୍ବର ୧୬/୬: ଖଣି ବ୍ୟବସାୟୀ ଶ୍ରୀବତ୍ସ ଜେନାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି ।
ଶ୍ରୀବତ୍ସ ଜେନାଙ୍କ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ ସି/୧୭ ଘରେ ଚଢାଉ ଜାରି ରହିଛି । ଚଢାଉରେ ସ୍ଥାନୀୟ ତହସିଲଦାରଙ୍କ ସହ ଅନେକ ସରକାରୀ କର୍ମଚାରୀ ସାମିଲ ଅଛନ୍ତି ।
ତେବେ ଯାଜପୁର ଡଙ୍କାରି ପାହାଡ଼ରୁ ପଥର ଖୋଳା ମାମଲା ଚଢାଉ କରାଯାଇଥିବା ସୂଚନା ମିଳୁଛି ।
ବିନା ନିଲାମରେ ଡଙ୍କାରି ପାହାଡ଼ରୁ ଖୋଳା ଚାଲିଥିଲା । ୫୯ କୋଟି ଟଙ୍କାର ଅଧିକ ପଥର ଖୋଳି ଚାଲାଣ କରିଥିବା ଅଭିଯୋଗ ହୋଇଥିଲା ।
ଏହାପରେ ଆୟକର ବିଭାଗର ଟାର୍ଗେଟ୍ରେ ଥିଲେ ଶ୍ରୀବତ୍ସ । ତେବେ ଗୁରୁବାର ତାଙ୍କ ଘରେ ଆୟକର ବିଭାଗ ଟିମ୍ ପକ୍ଷରୁ ଚଢାଉ କରାଯାଇଛି ।

Related Posts

Seo wordpress plugin by www.seowizard.org.