Odisha News

ଭୁବନେଶ୍ବର ଏମ୍ସରୁ ୧୨ ଦଲାଲ ଗିରଫ, ରୋଗୀ ଓ ସମ୍ପର୍କୀୟଙ୍କୁ ବିଭିନ୍ନ ଆଳରେ ଠକୁଥିଲେ

ଭୁବନେଶ୍ବର,୪/୧୧: ଭୁବନେଶ୍ବର ଏମ୍ସରୁ ୧୨ ଦଲାଲଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଟିକେଟ ଦଲାଲ କରୁଥିବା ଅଭିଯୋଗରେ ଏହି ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ। ଏମାନେ ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ। ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ହଜାର ଟଙ୍କାରେ ବିକୁଥିଲେ ବୋଲି ଜଣାଯାଇଥିଲା।
ଏନେଇ ଖଣ୍ଡଗିରି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଧରପଗଡ଼ ଜାରି ରହିଛି। ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି

Related Posts

Seo wordpress plugin by www.seowizard.org.