Odisha News

ଭିଜିଲାନ୍ସ ହାବୁଡରେ ରାଜସ୍ୱ ନୀରିକ୍ଷକ, ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ମାଲକାନଗିରି,୫/୭ : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ବ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ। ମାଲକାନଗିରି ତହସିଲ ସିନ୍ଧ୍ରିମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଟଙ୍କା ସହ ଧରିଛି ଭିଜିଲାନ୍ସ।
ମାଲକାନଗିରି ଏୟାରଷ୍ଟ୍ରିପ୍ ଲାଗି ଜମି ହରାଇଥିବା ଲୋକଙ୍କଠାରୁ ସୀମାଞ୍ଚଳ ସାହୁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେ ୭ ଲକ୍ଷ ୪୪ ହଜାର ଟଙ୍କାର କ୍ଷତିପୂରଣ ମଞ୍ଜୁର ପାଇଁ ୨୫ ହଜାର ଟଙ୍କା ଲାଞ୍ଚ୍ ନେଇଥିବା ବେଳେ ଖବର ପାଇ ମାଡ଼ି ବସିଥିଲା ଭିଜିଲାନ୍ସ। ଗୌଡ଼ଗୁଡ଼ା ପଞ୍ଚାୟତରେ ଏହି ଲାଞ୍ଚ କାରବାର ଚାଲିଥିବା ବେଳେ ଠିକ୍ ସମୟରେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରାଜସ୍ବ ନିରୀକ୍ଷକଙ୍କୁ ଧରିଥିଲା।

Related Posts

Seo wordpress plugin by www.seowizard.org.