ଭିଜିଲାନ୍ସ ପଞ୍ଝାରେ ପଡ଼ିଗଲେ ପୁଣି ଜଣେ ସରକାରୀ ବାବୁ

ଭୁବନେଶ୍ୱର,୧୧/୧: ଭିଜିଲାନ୍ସ ପଞ୍ଝାରେ ପଡ଼ିଗଲେ ପୁଣି ଜଣେ ସରକାରୀ ବାବୁ । ଅଧିକାରୀଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ସମ୍ବଲପୁର, ବଲାଙ୍ଗିର ଓ ସୁନ୍ଦରଗଡ଼ର ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ସେଥି ମଧ୍ୟରୁ ସମ୍ବଲପୁରର ବୁର୍ଲାରେ ଥିବା ସଂଗ୍ରାମ ମଣିହିରାଙ୍କ ତିନି ମହଲା ଘର, ବଲାଙ୍ଗିର ପୌତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି । ତାସହ ବଲାଙ୍ଗିର, ସୁନ୍ଦରଗଡ଼ର କିଛି ଠିକଣାରେ ଏକକାଳୀନ ହୋଇଛି ଚଢ଼ାଉ ।
ଚଢ଼ାଉରେ ୫ ଡିଏସ୍ପି, ୮ ଇନ୍ସପେକ୍ଟର , ୨ ଏଏସ୍ଆଇ ପ୍ରମୁଖ ସାମିଲ ହୋଇଛନ୍ତି। ତେବେ ଚଢ଼ାଉ ବେଳେ କ’ଣ ଜବତ ହୋଇଛି ସେ ନେଇ ସଠିକ ଭାବେ କିଛି ଜଣାପଡ଼ିନି।
ଚଢ଼ାଉ ବେଳେ ନିଜ ସୁନ୍ଦରଗଡ଼ସ୍ଥିତ ଘରେ ଉପସ୍ଥିତ ଥିବା ରେଞ୍ଜର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏପରିକି ତାଙ୍କର ସେପରି କିଛି ସମ୍ପତ୍ତି ନ ଥିବା କହିଛନ୍ତି ରେଞ୍ଜର ।