Odisha News

ଭିଜିଲାନ୍ସ ଜାଲରେ ବିଡିଓ, ଏକାସାଙ୍ଗେ ୫ଟି ସ୍ଥାନରେ ଚଢାଉ

ଖଡ଼ିଆଳ,୧୭/୧: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯଗରେ ଖଡ଼ିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି।
ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦେଶକ୍ରମେ ଏକକାଳୀନ ୫ଟି ସ୍ଥାନରେ ମଙ୍ଗଳବାର ସକାଳ ୫ଟାରୁ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଓ ୪ ଏଏସଆଇ ସାମିଲ ଅଛନ୍ତି। ବରଗଡ଼ର ଭଡା ଘର, ବଲାଙ୍ଗୀରର ବାସଭବନ, ଲୁଇସିଙ୍ଗା ବ୍ଲକ ପୈତୃକ ଗ୍ରାମ କୁଶମେଲ, ଖଡ଼ିଆଳ ସରକାରୀ ବାସଭବନ ଓ ସରକାରୀ କାର‌୍ୟ୍ୟାଳୟରେ ମଙ୍ଗଳବାର ସକାଳ ୫ଟା ସମୟରେ ବରଗଡ଼ ଭିଜିଲାନ୍ସ ଡି ଏସ ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ଚଢ଼ଉ ଜାରି ରହିଛି। ଏନେଇ ଭିଜିଲାନ୍ସ ଡି ଏସପି ମହାନନ୍ଦ ସୂଚନା ଦେଇଛନ୍ତି। ଏହି ଘଟଣା ନୂଆପଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି।

Related Posts

Seo wordpress plugin by www.seowizard.org.