Odisha News

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ରେଞ୍ଜର, ବାସଭବନ ସମେତ ତିନି ସ୍ଥାନରେ ଚଢାଉ

ଟିଟିଲାଗଡ଼,୮/୧୨: ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ବାସଭବନରେ ଆଜି ଭୋରରୁ ଏହି ଚଢ଼ାଉ ହୋଇଛି।
ରେଞ୍ଜରଙ୍କ ଟିଟିଲାଗଡ଼ସ୍ଥିତ ସରକାରୀ ବାସଭବନ, ବଲାଙ୍ଗିରସ୍ଥିତ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏହି ଚଢାଉ ସମୟରେ ଟିଟିଲାଗଡରେ ରେଞ୍ଜର ସରକାରୀ ବାସଭବନରେ ଉପସ୍ଥିତ ନ ଥିବା ଜଣାଯାଇଛି।
ଭିଜିଲାନ୍ସ କର୍ମଚାରୀମାନେ ଘରେ ଥିବା ସମସ୍ତ ଜିନିଷ ପତ୍ରର ତନଖି କରିଥିବା ସହ ଏହାର ତାଲିକା ପ୍ରସ୍ତୁତ କରିଛନ୍ତି। ରେଞ୍ଜରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି।

Related Posts

Seo wordpress plugin by www.seowizard.org.