Odisha News

ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ;୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର,୮/୧୧: ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରାଯାଉଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ୭ ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ବିଶ୍ବବନ୍ଧୁଙ୍କର ଭଦ୍ରକ ତୋରଣପଡାରେ ଥିବା ପୈତୃକ ବାସଭବନ, ଭିଏସଏସ ନଗରରେ ଥିବା ଦୁଇ ମହଲା କୋଠା, ରାଜଧାନୀ ଉପକଣ୍ଠ ରୁଦ୍ରପୁରରେ ଥିବା ଆସୋଟେକ ପ୍ରାଇଡରେ ତିନି ବେଡ଼ରୁମ ଫ୍ଲାଟ, ଭଦ୍ରକ ମଠସାହିରେ ଥିବା କୋଠା ସହ ଅଫିସ ଓ ସରକାରୀ ବାସଭବନରେ ଚଢ଼ାଉ ଚାଲିଛି ।

Related Posts

Seo wordpress plugin by www.seowizard.org.