Odisha News

ଭିଜିଲାନ୍ସ ଜାଲରେ କୋଟିପତି ଇଡିକଲ ଅଧିକାରୀ, ବିଭିନ୍ନ ସହରରେ ରହିଛି ୧୩ ଦାମୀ ପ୍ଲଟ୍, ୧୫ ଆକାଉଣ୍ଟ୍

ଭୁବନେଶ୍ୱର,୨୦/୧୨: ଇଡ୍କଲ ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଅମାପ ସମ୍ପତ୍ତି ଦେଖି ଟେରା ହୋଇଯାଇଛି ଭିଜିଲାନ୍ସ। ଗୟା ସାଁତରା ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ରହିଛି ୧୫ ଟି ଆକାଉଣ୍ଟ। ସେଥିରୁ ୪ଟି ଆକାଉଣ୍ଟର ଯାଞ୍ଚ କରିଛି ଭିଜିଲାନ୍ସ।
ଯେଉଁଥିରେ ରହିଛି ୩ କୋଟିରୁ ଅଧିକ ଟଙ୍କା। ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଏଥିସହ ଗୟାଙ୍କର ୨ଟି ୪ ଚକିଆ ଓ ୪ଟି ୨ ଚକିଆ ଗାଡ଼ି ରହିଛି। ଯେଉଁଥିରେ ଗୋଟିଏ ହ୍ୟୁଣ୍ଡାଇ କ୍ରେଟା, ଗୋଟିଏ ଗ୍ରାଣ୍ଡ ଆଇ ଟେନ୍ ଠାବ ହୋଇଛି।
ସେହିପରି ତାଙ୍କର ଭୁବନେଶ୍ୱର, ଯାଜପୁର ଓ ନୟାଗଡ଼ରେ ୧୩ଟି ପ୍ଲଟ ଠାବ ହୋଇଛି। ଗୟା ସାଁତରାଙ୍କ ୨ଟି ବହୁତଳ କୋଠା ମଧ୍ୟ ଠାବ କରିଛି ଭିଜିଲାନ୍ସ। ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ କରୁଛି ଭିଜିଲାନ୍ସ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାଁନ୍ତରାଙ୍କ ଘର, ପୈତୃକ ବାସଭବନ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ।ଭୁବନେଶ୍ୱର, କୋରାପୁଟ, ରାୟଗଡା, ନୟାଗଡ଼ ସମେତ ୭ଟି ସ୍ଥାନରେ ଏହି ଚଢଉ ଚାଲିଥିଲା। ଭିଜିଲାନ୍ସ ବିଭାଗର ଜଣେ ଡେପୁଟି ଏସ୍ପି, ୪ଜଣ ଇନ୍ସପେକ୍ଟର, ଜଣେ ସବ୍ ଇନ୍ସପେକ୍ଟର ଓ ୭ଜଣ ଏଏସ୍ଆଇ ଏହି ଚଢ଼ଉରେ ସାମିଲ ଥିଲେ।

Related Posts

Seo wordpress plugin by www.seowizard.org.