Odisha News Sports News

ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ପଦକ, ମନୁ-ଇଷା-ରିଦମ୍ ରଚିଲେ ଇତିହାସ

ହାଙ୍ଗ୍‌ଚୌ,୨୭/୯: ଚୀନ୍ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୨୫ ମିଟର୍ ପିସ୍ତଲ୍ ଚାଳନା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରୀଡ଼ାବିତ୍ମାନେ ପିସ୍ତଲ୍ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍ ଚାଳନାରେ ରୌପ୍ୟ ପଦକ ଜିଣିଥିବା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ଚାଲିଥିବା ‘ଏସୀୟ କ୍ରୀଡ଼ା’ରେ ଆଜି ମନୁ ଭାକର୍, ଈଶା ସିଂହ ଓ ରିଦମ୍ ସାଙ୍ଗ୍ୱାନ୍ ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ‘ମହିଳା ୨୫ ମିଟର୍ ପିସ୍ତଲ୍ ଟିମ୍ ଇଭେଣ୍ଟ୍’ରେ ଏହି ୩ ଖେଳାଳି ସାମଗ୍ରିକ ଭାବେ ୧୭୫୯ ସ୍କୋର୍ କରିଛନ୍ତି।
୩ଟି ‘ରାପିଡ୍ ରାଉଣ୍ଡ୍’ରେ ମନୁ ଭାକର୍ ୯୯, ୯୯ ଓ ୧.୯୮ ସ୍କୋର୍ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଛନ୍ତି।
ଏହାପୂର୍ବରୁ ଆଜି ଆଶି ଚୌକ୍ସୀ, ମାନିନୀ କୌଶିକ ଓ ସିଫ୍ତ୍ କୌର୍ ସାମ୍ରା ‘ମହିଳା ୫୦ ମିଟର୍ ରଇଫଲ୍ ୩ ପୋଜିସନ୍ ଟିମ୍’ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିବା ପରେ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିଲା।
ପରେ ପରେ ପିସ୍ତଲ୍ ଚାଳନାରେ ଭାରତୀୟ ଖେଳାଳି ସ୍ବର୍ଣ୍ଣପଦକ ହାସଲ କରିବାରୁ ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।

Related Posts

Seo wordpress plugin by www.seowizard.org.