Odisha News

ଭାରତ ଓ ବୃହତ୍ ଶକ୍ତି ଆଲୋଚନା

ବରଦା ଦାସଙ୍କ ରିପୋର୍ଟ
କଟକ,୨୩/୧୨: ଭାରତ ବିଶ୍ବରେ ପଞ୍ଚମ ଶକ୍ତି ଭାବେ ସୁପରିଚିତ । ବୃହତ୍ତ ଶକ୍ତି କହିଲେ ବୁଝାଏ ସେହି ଦେଶର ସାମରିକ,ଆଣବିକ,ଅର୍ଥନୈତିକ ଓ ରାଜନୈତିକ ଶକ୍ତି କୁ ବୋଲି ବିଶିଷ୍ଟ ଅବସର ପ୍ରଶାସକ ବିବେକ ପଟ୍ଟନାୟକ ମତ ଦେଇଛନ୍ତି ।
ଥିଙ୍କର୍ସ କ୍ଲବ ର ୧୦୯ ତମ ଆଭାଶି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଭାରତ ଓ ବୃହତ୍ତ୍ ଶକ୍ତି ବିଷୟରେ ତାଙ୍କର ନିଜସ୍ଵ ମତ ରଖି ଆଲୋଚନା କରିଥିଲେ ।
ଡ ନନ୍ଦ ନନ୍ଦନ ଦାସ,ଆମ୍ବ।ସଡର ଡ ମଳୟ ମିଶ୍ର ବିଶେଷ ବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ ।
ପ୍ରତାପ ରାଉତ,ବିନୋଦ ମହାନ୍ତି,ଉମାଶଙ୍କର ମିଶ୍ର,ପ୍ରଫେସର ଧନୁ ସଧାରି ମିଶ୍ର,ବାଲ୍ମୀକି ନାୟକ,ସୁଦର୍ଶନ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନା ଟି ଉଚ୍ଚ କୋଟୀର ହୋଇଥିଲା ବୋଲି ପ୍ରକାଶ କରିଥିଲେ ।
ବରଦା ଦାସ ସଂଯୋଜନା କରିଥିଲେ ଓ ଧନ୍ୟବାଦ୍ ଦେଇଥିଲେ । ବିଭୁ ଦତ୍ତ ମହାନ୍ତି ସଭାର ବୈଷୟିକ ପରିଚାଳନା କରିଥିଲେ ।

Related Posts