Odisha News

ଭାରତୀୟ ସମ୍ୱିଧ।ନ ଦୂରଦର୍ଶୀତା ଓ ଉପଲବଧି ର କସରତ , ସଂପ୍ରତି ସଂଶୋଧନ ଜରୁରୀ

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୧୯/୧:ସମ୍ବିଧାନ ପ୍ରସ୍ତୁତିରେ କଂଗ୍ରେସ ର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ବିଶେଷଭାବେ ଲୋକମାନଙ୍କ ପାଇଁ ଉପଯୋଗୀତା କରିବା ନିମନ୍ତେ ଯୋଗ୍ୟ ଲୋକ ମାନଙ୍କ ଆବଶ୍ୟକତା ଅଛି ।ତାହେଲେ ସମ୍ବିଧାନ ର ଗୁରୁତ୍ବ ମହତ୍ତ୍ଵ ରହିବ ।ବିଧାନ ସଭାକୁ ଠିକଣା ପ୍ରତିନିଧି ଯିବା ଉଚିତ୍ ।
ଦାୟିତ୍ଵ ମତଦ।ତା ଓ ରାଜନୈତିକ ଦଳପତି ମାନଙ୍କ ନିଷ୍ପତ୍ତି ବୋଲି ଥୀଙ୍କର୍ଷ କ୍ଲବ ର ୧୪୫ ତମ ଆଭ।ସି ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ଦୈନିକ ସମୟର ମୁଖ୍ୟ ସମ୍ପାଦକ ଶ୍ରୀ ଗୁରୁକଲ୍ୟ।ଣ ମହାପାତ୍ର କହିଲେ ସମ୍ବିଧାନ ଯେତିକି ପୁରୁଣା ହେଉଛି ସେତିକି ଜଟିଳ ହେଇଯାଉଚି ।ଏଥିପାଇଁ ଆବଶ୍ୟକ ସଂଶୋଧନ କରାଯିବ। ଉଚିତ୍ ।
ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାଦ ହରିଚନ୍ଦନ ସମ୍ବିଧାନ ପ୍ରସ୍ତୁତି ରେ ଜାତୀୟ କଂଗ୍ରେସ ଗୁରୁପୂର୍ଣ୍ଣ ଭୂମିକା ଓ ସର୍ଦ୍ଦାର ପଟେଲ ଓ ମହତାବଙ୍କ ଅବଦାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ।
ଥିଙ୍କର୍ସ୍ କ୍ଲବ ସଭାପତି ଅଧିବକ୍ତା ବରଦା ଦାସ ସଂଯୋଜନା କରି ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଏ ସମ୍ବିଧାନ ଜନ ସଚେତନତା ଆଭ।ସି ଆଲୋଚନା ଆୟୋଜିତ ହେବ ।ଆସନ୍ତା ରବିବାର ସମ୍ବିଧାନ ରେ ସଂରକ୍ଷଣ, ସମାଜବାଦ ଓ ଧର୍ମ ନିରପେକ୍ଷତା ବିଷୟରେ ଆଲୋଚନା ହେବ ।
ଆଗ୍ରହୀ ମାନେ ଯୋଗ। ଯୋଗ କରିପାରିବେ ।ନୟାଗଡ଼ ରୁ ଲକ୍ଷ୍ମୀଧର ତ୍ରିପାଠୀ,ଉମାଶଙ୍କର ମିଶ୍ର,ବସନ୍ତ ସାହୁ,ପୁଷ୍ପାଞ୍ଜଳି ପରିଡ଼ା,ସୁବାସ ସାହୁ,ଜ୍ୟୋତି ମଲ୍ଲ , ଅଧିବକ୍ତା ରତିକାନ୍ତ ମହାପାତ୍ର ଆଦି ଏବଂ ୟୁ ଟ୍ୟୁବ୍ ରେ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।

Related Posts