ଭାରତୀୟ ସମ୍ବିଧାନ ସମ୍ପର୍କରେ ଚର୍ଚ୍ଚା ହେବା ଆଜିର ବଡ ଆବଶ୍ୟକତା
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ,୨/୨: ସମ୍ବିଧାନ କୁ ଆମେ ସମ୍ମାନ ଜଣାଇଲେ ଗଣତନ୍ତ୍ର ଅଧିକ ମଜବୁତ୍ ହେବ । ସାଧାରଣ ଲୋକେ କିପରି ସମ୍ବିଧାନ ବିଷୟରେ ଯେପରି ଚର୍ଚ୍ଚା ଆଲୋଚନା କରିବେ ତାହା ହେଉଛି ବିଜେପି ର ସମ୍ବିଧାନ ଗୌରବ ଅଭିଯାନ ର ମୂଳ ଲକ୍ଷ୍ୟ ।
ତାହାକୁ ସାକାର ରୂପ ଦେବା ପାଇଁ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ କଟକ ଶାଖା ତରଫରୁ ଆଭାସୀ ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି ।
ବିଶିଷ୍ଟ ରାଜନୀତି ବିଜ୍ଞାନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ସମୀକ୍ଷା କରି ମତ ଦେଇଛନ୍ତି ଯେ ବିଧାନସଭା ଓ ସାଂସଦ ପାଇଁ ଶିକ୍ଷାଗତ ଯୋଗ୍ୟତା ନିର୍ଧାରଣ କରାଗଲେ ସମାଜ ରେ ଗଣତନ୍ତ୍ର ଓ ବିକାଶ ଅଧିକ ସୁଦୃଢ଼ ହେଇପାରିବ ।
ପଞ୍ଚ।ୟତରାଜ ନିର୍ବାଚନରେ ଦୁଇଟି ସନ୍ତାନ ରୁ ଅଧିକ ଥିଲେ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରି ହେବ ନାହିଁ । ସେହିପରି ବିଧାନ ସଭା ଓ ସାଂସଦ ପାଇଁ ବ୍ୟବସ୍ଥା ହେବା ଜରୁରୀ ।
ଲୋକ ସଭା ସାଂସଦ ଡ ରବୀନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଆଲୋଚନାରେ ଯୋଗଦେଇ ଜାତି ସଂରକ୍ଷଣ ଓ ଗଣତନ୍ତ୍ର ମନ୍ଦିର ରେ ହଟ୍ଟଗୋଳ ବିଷୟରେ ଆଲୋଚନା କରି ସମ୍ବିଧାନ କୁ ଲୋକ ଲୋଚନ କୁ ଆଣିବା ପାଇଁ ଜନ ସଚେତନତା ର ଆବଶ୍ୟକତା ରହିଛି ବୋଲି କହିଥିଲେ ।
କଟକ ବିଜେପି ନୂତନ ସଭାପତି ସୁକାନ୍ତ ବିଶ୍ବାଳ ସଭାପତିତ୍ବ କରି ଏ ଦିଗରେ ବିହିତ ପଦକ୍ଷେପ ନେବେ ବୋଲି କହି ସମସ୍ତଙ୍କୁ ସ୍ଵାଗତ କରିଥିଲେ । ବିଜେପି ରାଜ୍ୟ ବୁଦ୍ଧିଜୀବୀ ପ୍ରକୋଷ୍ଠ ଆବାହକ ସୁଦର୍ଶନ ନାୟକ ଅତିଥି ଭାବେ ଯୋଗଦେଇ ଆମ ସମ୍ବିଧାନ ସବୁଠାରୁ ଭଲ ବୋଲି କହିଥିଲେ ।
ମାତ୍ର ଗତ ଜରୁରୀକାଳୀନ ପରିସ୍ଥିତି ବେଳେ ଏହାକୁ ଦୁରୁପ ଯୋଗ କରିବା ଦୁଃଖ ଦାୟକ ବୋଲି ମତ ଦେଇଥିଲେ । ବରଦା ଦାସ ସଭା କୁ ସଂଯୋଜନା କରିଥିଲେ । ସର୍ବଶ୍ରୀ କାର୍ତ୍ତିକ ପରିଛା,ଉମାଶଙ୍କର ମିଶ୍ର, ଡ ନନ୍ଦ ନନ୍ଦନ ଦାସ,ପ୍ରତାପ ରାଉତ,ନିମାଇଁ ସ୍ୱାଇଁ, ଦିପାୟାନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ ଓ ପ୍ରଶ୍ନ ପଚାରିଥିଲେ ।
ବିଧ।ନ ସଭା ଓ ସାଂସଦ କୁ ଦୁଇଥର ରୁ ଅଧିକ ନଯିବା ,ସମ୍ବିଧାନ ବିଷୟରେ ଶିକ୍ଷଣୀୟ ଟିଭି ସିରିଏଲ୍ ପ୍ରସ୍ତୁତି ପ୍ରଦର୍ଶନ ଓ ପ୍ରତି ଶିକ୍ଷାନୁଷ୍ଠାନ ରେ ସମ୍ବିଧାନ ଗ୍ରନ୍ଥ ସମ୍ପର୍କରେ ପଢ଼ାଜିବ। ପାଇଁ ବ୍ୟବସ୍ଥା ହେବା ଜରୁରୀ ବୋଲି ମତ ଦେଇଥିଲେ । ଦେଶ ବିଦେଶ ରୁ ବହୁ ବୁଦ୍ଧିଜୀବି ଏହି ଆଭ।ଶୀ ଆଲୋଚନାରେ ଯୋଗ ଦେଇଥିଲେ ।