Odisha News

ଭାରତୀୟ ସମ୍ବିଧାନ ରେ ନ୍ୟାୟିକ ପୁନର୍ବଲୋକନ ଆଭାସି ଆଲୋଚନା

ବରଦା ଦାସଙ୍କ ରିପୋର୍ଟ
କଟକ, ୨୨/୧୨ : ସୁ ବିଚାରପତି ନିଯୁକ୍ତି ରେ ସାମାଜିକ ସଂସ୍କାର ସମ୍ଭବ । କେତେଗୁଡ଼ିଏ ନ୍ୟାୟିକ ବିଷୟବସ୍ତୁକୁ ଉପସ୍ଥାପନ କରି ମୁଖ୍ୟ ଅତିଥି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ କହିଲେ ଯେ ନ୍ୟାୟିକ ବ୍ୟବସ୍ଥାରେ ଉତ୍ତମ ଯୋଗ୍ୟ ବ୍ୟକ୍ତି ନିଯୁକ୍ତି ପାଇଲେ ବିଚାରାଳୟ ମାନ ମର୍ଯ୍ୟଦା ବୃଦ୍ଧି ପାଇବ ସହ ସାମାଜିକ ପରିବର୍ତ୍ତନରେ ନ୍ୟାୟାଳୟର ଭାଗୀଦାର ରହିବ ।
ସେ କହିଲେ ଭାରତୀୟ ସମ୍ବିଧାନ ରେ ଆରଟୀକିଲ ୧୩,୩୨,୨୨୬,୨୪୫,୨୪୬ ଧାରା କୁ ଉଲ୍ଲେଖ କରି ନ୍ୟାୟିକ ପୂନର୍ବ ଲୋକନ ସମ୍ବିଧାନରେ ଲିଖିତ ନ ଥିଲେବି ଉପୋରକ୍ତ ଧାରା ଗୁଡ଼ିକ ସର୍ବୋଚ୍ଚ /ଉଚ୍ଚ ନ୍ୟାୟାଳୟକୁ ନୀତି ପ୍ରବର୍ତ୍ତନ ଓ ପ୍ରଚଳନ ଉପରେ ସମୀକ୍ଷା କରିବା ପାଇଁ ଦିଗ ଦର୍ଶନ ଦେଇଛି ।
ପୂର୍ବତନ ଓଡ଼ିଶା ଲୋକସେବା ଆୟୋଗ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଥିଙ୍କର୍ସ କ୍ଲବ ର ୧୪୨ ତମ ଆଭାଶି ଆଲୋଚନା ଦ୍ଵିମ।ସିକ ସମ୍ବିଧାନ ଜନ ସଚେତନତା ଉପଲକ୍ଷେ ଆୟୋଜିତ ହୋଇଯାଇଛି ।
ଶ୍ରୀ ପଟ୍ଟନାୟକ ସଭାପତି ଅଭିଭାଷଣ ଦେଇ କହିଲେ ଯେ ଗଣତନ୍ତ୍ର ର ସଫଳତା ପାଇଁ କ୍ଷମତା ର ବିଭାଜନ ଓ ବିକେନ୍ଦ୍ରୀକରଣ ଗଣତନ୍ତ୍ର କୁ ସମୃଦ୍ଧ କରେ।
ଗାନ୍ଧିଜୀଙ୍କ ଗ୍ରାମ ସ୍ଵରାଜ ତତ୍ତ୍ଵ ଉପରେ ଗୁରୁତ୍ବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।
ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର, ଡ ମାନସ ବେହେରା, ଆଲୋଚନା କରି ନ୍ୟା ୟିକ ସକ୍ରୀୟତା ବିଷୟରେ ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ ।
ଯାହାଫଳରେ ପର୍ଯ୍ୟାବରଣ ,ଆଇନ ସହାୟତା ମହିଳା ସସସ୍ତ୍ରିକରଣ ଓ ସୁରକ୍ଷା ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ୍ୟାୟପାଳିକା ପ୍ରଦାନ କରିଛି ।
ସଭାକୁ ସଂଯୋଜନା କରିଥିଲେ ଥିଙ୍କର୍ଷ କ୍ଲବ ସଭାପତି ବରଦା ଦାସ ଓ ସମ୍ବିଧାନ ର ସରଳୀକରଣ ବିଷୟରେ ପ୍ରସ୍ତାବ ଦେଇ ସମ୍ପାଦକ ଉମାଶଙ୍କର ମିଶ୍ର ଧନ୍ୟବାଦ୍ ଦେଇଥିଲେ ।
ଆସନ୍ତା ରବିବାର ୨୮ ତାରିଖ ରେ ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟା ବିଷୟରେ ପୂର୍ବତନ ରାଜସ୍ବ ସଭ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଅରବିନ୍ଦ ବେହେରା କହିବେ । ଶ୍ରୀ ବିବେକ ପଟ୍ଟନାୟକ,ପ୍ରଫେସର ସୂର୍ଯ୍ୟ ମିଶ୍ର ଯୋଗ ଦେବେ ।ଆଗ୍ରହୀ ବ୍ୟକ୍ତି ଯୋଗ ଦେବାକୁ ଅନୁରୋଧ ।

Related Posts