Odisha News

ଭାରତୀୟ କିସାନ ସଙ୍ଘ ବୌଦ୍ଧ ଜିଲ୍ଲା ଆନୁକୂଲ୍ୟରେ ଅକ୍ଷତୃତୀୟା ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୪: ପବିତ୍ର ଅକ୍ଷତୃତୀୟା ଅବସରରେ ଆଜି ଭାରତୀୟ କିସାନ ସଙ୍ଘ ବୌଦ୍ଧ ଜିଲ୍ଲା ଆନୁକୂଲ୍ୟରେ ସ୍ଥାନୀୟ ତେତେଲେଙ୍ଗା ଗ୍ରାମରେ ଅକ୍ଷତୃତୀୟା ମହା ସମାରୋହ ରେ ପାଳିତ ହୋଇ ଯାଇଛି ।
ଏଥିରେ କୃଷି ଦେବତା ପ୍ରଭୁ ବଳାରାମ ଙ୍କ ପୂଜନ କରାଯାଇ ମାଟି ମା ଙ୍କୁ ପ୍ରଣାମ କରି ମୁଠି ଅନୁକୂଳ କରାଯାଇ ଥିଲା । ଏବର୍ଷ ଫସଲ ଉତ୍ତମ ହେଉ ବୋଲି ଉତ୍ସବ ରେ ଉପସ୍ଥିତ ଶତାଧିକ ଚାଷୀ ପ୍ରଭୁ ବଳରାମ ଓ ମାଟିମା ଙ୍କୁ ଭକ୍ତି ପୁତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଆସନ୍ତା ଜୁନ ମାସ ତେଇଶି ତାରିଖ ରେ ସାଲୁଙ୍କି ନଦୀର ଗମ୍ଭୀରା ଦର୍ହ, ଖଡ଼ଙ୍ଗ ନଦୀର ସାଡାଙ୍ଗ ଠାରେ ଜଳଭଣ୍ଡାର ନିର୍ମାଣ ଦାବି ପାଇଁ ଜୋରଦାର ଚାଷୀ ଆନ୍ଦୋଳନ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବା ପାଈଁ ଆଲୋଚନା କରାଗଲା ।
ଏହି କାର୍ଯ୍ୟକ୍ରମ ରେ ନବୀନ ପ୍ରଧାନ, ରାଜ୍ୟ ସମ୍ପାଦକ ବିସିକେଶନ ପ୍ରଧାନ, ପ୍ରବିନ ପ୍ରଧାନ, ଗଣେଶ ବେହେରା, ରବି ଦେଓ, ନବୀନ ହୋତା, ଭୋଳଗିରି ସାହୁ, ଲବ ପ୍ରଧାନ, ତ୍ରିପୁର ମହାକୁଡ଼, ନିରଞ୍ଜନ ଗିରି, ସତ୍ୟା ପାଣ୍ଡେ, ଗଣ୍ଡା ବିଶି ପ୍ରମୁଖ ସତାଧିକ ଚାଷୀ ଉପସ୍ଥିତ ଥିଲେ.ତେତେଲେଙ୍ଗା ଗ୍ରାମର ଚାଷୀ ଭାଇ ମାନେ ସହଯୋଗ କରିଥିଲେ ।
ଜିଲ୍ଲାର ବିଭିନ୍ନ ବ୍ଲକରେ ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବୌଦ୍ଧ, ୨୪/୪ : ଚଳିତମାସ ୧୨ତାରିଖରେ ସମ୍ବଲପୁରରେ ବାଇକରାଲି କରୁଥିବା ହିନ୍ଦୁ ଭକ୍ତଙ୍କୁ ହିସାଂତ୍ମକ ଆକ୍ରମଣ ଏବଂ ୧୪ ତାରିଖ ରାତିରେ ଜଣେ ବନବାସୀ ଯୁବକଙ୍କୁ ହତ୍ୟା ଭଳି ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଏହି ବର୍ବୋରଚିତ ଘଟଣାକୁ ସମାଜ ପକ୍ଷରୁ ନିନ୍ଦା କରାଯିବାସହ ସରକାରଙ୍କର ଆଇନଶୃଙ୍ଖଳା ପ୍ରତି ହିନ୍ଦୁ ସମାଜର ପ୍ରତିବାଦାତ୍ମକ ମନଭାବ ସୃଷ୍ଟି କରିଛି ।
ସେହି କ୍ରମରେ ୨୪ ତାରିଖ ଜିଲ୍ଲାର କଂଟାମାଳ, ବୌଦ୍ଧ, ଓ ହରଭଙ୍ଗା ବ୍ଲକ ହିନ୍ଦୁ ସମାଜ ଏହି ଦୁଇ ଘଟଣାର ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଯଥା ଶିଘ୍ର ଦୋଷୀଙ୍କୁ ଗିରଫ ଓ ଅବିଚାରିତଭାବେ ପୁଲିସ ପକ୍ଷରୁ ହିନ୍ଦୁ ମାନଙ୍କୁ ଗିରପଦାରୀ ବନ୍ଦ କରିବା ନେଇ ହିନ୍ଦୁ ସମାଜ ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ସମାଜ ପକ୍ଷରୁ ବିଭିନ୍ନ ଶ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଆରଏସଏସ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, କିଶାନ ସଂଘ, ମଜଦୁର ସଂଘ, ବିଜେପି ଦଳ, ଗାୟତ୍ରୀ ପରିବାର, ସତ୍ୟସାଇ ପରିବାର, ବ୍ରାହ୍ମଣ ସମାଜ, ଆଦିବାସୀ ସମାଜ, ଶିକ୍ଷାବିତ, ଆଇନଜୀବୀ, ବୁଦ୍ଧିଜୀବୀ, ମହିଳା ମୋର୍ଚ୍ଚା, ବିଭିନ୍ନ ଧର୍ମ ଅନୁଷ୍ଠାନର କର୍ମକର୍ତ୍ତା, ଓ ସାଧାରଣ ନାଗରିକ ଯୋଗଦେଇଥିଲେ ।
ଅକ୍ଷୟ ତୃତୀୟା ଉତ୍ସବରେ ଅଖିମୁଠି ଅନୁକୁଳ କଲେ ଉପଜିଲ୍ଲାପାଳ
ବୌଦ୍ଧ, ୨୪/୪ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧବ୍ଲକ ମୃର୍ଷୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଯୋଗଦେଇ ଅଖିମୁଠି ଅନୁକୁଳ କରିଥିଲେ । ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ବଢିଗାଁ ସରପଂଚ ସିଦ୍ଧେଶ୍ୱର ପ୍ରଧାନ, ମୁର୍ଷୁଣ୍ଡି ସରପଂଚ ମଧୁମତୀ ବେହେରା, ଜିଲ୍ଲା ମତ୍ସଅଧିକାରୀ ଲିପ୍ସା ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ ।
ଗିରାସିଙ୍ଗା ଠାରେ ଜଗନ୍ନାଥ ବନ ପ୍ରକଳ୍ପରେ ବୃକ୍ଷ ରୋପଣ
ବୌଦ୍ଧ,୨୪/୪ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ରଥ ନିର୍ମାଣ ପାଇଁ ବୌଦ୍ଧଜିଲ୍ଲା ଗିରାସିଙ୍ଗା ଠାରେ ଆଜି ନୂତନ ଜଙ୍ଗଲର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଯୋଗଦେଇ ଥିଲେ । ଏଥିରେ ୨୨ଟି ଫାସି ଗଛ ଲଗାଇ ନୂତନ ଜଙ୍ଗଲ ଶୁଭାରମ୍ଭ କରିଥିଲେ ।
ଜିଲ୍ଲାରେ ପୂର୍ବରୁ ରହିଥିବା ଜଗନ୍ନାଥ ବନ ପ୍ରକଳ୍ପରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ରଥ ନିର୍ମାଣ ପାଇଁ କାଠ ଯୋଗାଇ ଦିଆଯାଉଛି । ମାତ୍ର ଭବିଶ୍ୟତରେ ଯେପରି ଫାସିକାଠର ଅଭାବ ଦେଖାନଦିଏ ସେଥିପାଇଁ ଏହି ନୂତନ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏସିଏଫ ଆଶିଷ କୁମାର କହଁର, ଫରେଷ୍ଟର ଆନନ୍ଦ ମିଶ୍ର, ସ୍ୱାଧିନ ସାମଲ, ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଚାଷୀ ମୁଲିଆ ସଂଘ ବୈଠକରେ ବୌଦ୍ଧ ଜିଲ୍ଲାର ମୌଳିକ ସମସ୍ୟାର ସମଧାନ ପାଇଁ ଦାବି କରାଗଲା
ବୌଦ୍ଧ,୨୪/୪: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ନବଗଠିତ ଚାଷୀ ମୁଲିଆ ସଂଘ୍ ଆଜି ଅନୁଷ୍ଠିତ ବୈଠକରେ ବୌଦ୍ଧ ଜିଲ୍ଲାର ମୌଳିକ ସମସ୍ୟାର ସମଧାନ ପାଇଁ ଦାବି କରାଯାଇଛି କ୍ଷ
ମା \”ମାଟି ମଣିଷର ସ୍ୱରକୁ ଶାଣିତ କରିବା ପାଇଁ ଶ୍ରମିକ ନେତା ଅବକାଶ ସାହୁଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏକ ଆଲୋଚନା ଚକ୍ର ରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ,ନରେନ୍ଦ୍ର ସିଂ ଆଲୋଚନା ଚକ୍ରରେ ସଭାପତିତ୍ବ କରିଥିଲେ ।
ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟାର ସମଧାନ ନିମିତ୍ତ ଜିଲ୍ଲାରେ ଏକ ଦୃଢ଼ ଗଣସଂଗଠନ ର ଆବଶ୍ୟକତା ଅନୁଭବ କରି \”ଚାଷୀ ମୁଲିଆ ସଂଘ \” ନାମରେ ଏକ ସଂଗଠନ ଗଠନ କରାଯାଇଛି ।
ନବଗଠିତ ଚାଷୀ ମୁଲିଆ ସଂଘ ପରିଚାଳନା ପାଇଁ ଏକ ୨୫ ଜଣିଆ କମିଟି ଗଠନ କରାଯାଇଛି ।ଏହାର ଆବାହକ ଭାବେ ଅବକାଶ ସାହୁ , ନରେନ୍ଦ୍ର ସିଂ , ନିରାକାର ପ୍ରଧାନ ଙ୍କୁ ମନୋନୀତ କରାଯାଇଛି, ଜିଲ୍ଲା ର , ବେକାର ଯୁବକଙ୍କୁ କାମ, ଶିଳ୍ପ ବିହୀନ କୃଷି ପ୍ରଧାନ ଜିଲ୍ଲାରେ ଶୀତଳ ଭଣ୍ଡାର , ଭୂମି ହୀନଙ୍କୁ ଜମି , ବାସହୀନଙ୍କ ଆବାସ ଆଦି ମୌଳିକ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା ।

ଅକ୍ଷୟ ତୃତୀୟାରେ ମହାନଦୀ କୂଳରେ ପର୍ଶୁରାମ ଜୟନ୍ତୀ, ଜୟଦେବ ଜୟନ୍ତୀ, ଦିବ୍ୟ ଆଳତୀ
ବୌଦ୍ଧ,୨୪/୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାବା ଚନ୍ଦ୍ରଚୂଡ଼ ମନ୍ଦିର ନିକଟ ଚିରଘାଟ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜୟଦେବ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ସମ୍ମାନୀତ ଅତିଥି ଭାବେ ତହସିଲଦାର ଦେଵୀ ପ୍ରସାଦ ଦାସ, ଅବସର ପ୍ରାପ୍ତ ଡେପୁଟି କମାଣ୍ଡାଣ୍ଟ ସି. ଆଇ. ଏସ. ଏଫ. ସୁନୀଲ ମିଶ୍ର ଯୋଗଦାନ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର‌୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ,ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ଜୟନ୍ତୀ ଉତ୍ସବରେ ସମ୍ପାଦକ ଦେବାଶିଷ ପୁରୋହିତ, ପଦ୍ମନ ମିଶ୍ର, ମିନୁପ୍ରସାଦ ମିଶ୍ର, ସୂର‌୍ୟ୍ୟେନ୍ଦ୍ର ଶତପଥି, ସଞ୍ଜୟ ଶଙ୍କର ପୁରୋହିତ, ପ୍ୟାରୀମୋହନ ପୁରୋହିତ, ସୁଶାନ୍ତ ମିଶ୍ର ଯୋଗଦେଇ ପୂଜାଧ୍ୱଜା କରିଥିଲେ,ସନ୍ଧ୍ୟାରେ ମହାନଦୀ ଆଳତୀରେ ସମସ୍ତ ଅତିଥି ଯୋଗଦାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।
ମହାନଦୀ ଆଳତୀ ଉପରେ ପର‌୍ୟ୍ୟବେଷିତ ଗୀତ ଉଦଘାଟନ ହୋଇଥିଲା, ଆରତୀ ଗୀତର ଲେଖକ ଚନ୍ଦ୍ରକାନ୍ତ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ତୁଷାରକାନ୍ତ ପଟ୍ଟନାୟକ, କଣ୍ଠଦାନ ଶ୍ରୁତି ଓ ଚାନ୍ଦିନୀ ଏବଂ ସହାୟତା ତୃପ୍ତିରଞ୍ଜନ ଦାନୀ, ସୂର‌୍ୟ୍ୟେନ୍ଦ୍ର କୁମାର ଶତପଥି, ସୂର‌୍ୟ୍ୟ ନାରାୟଣ ପଣ୍ଡା ଓ ଦେବାଶିଷ ପୁରୋହିତ ,କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗଦାନ କରିଥିଲେ ।

ଶିକ୍ଷାରେ ଭାରତୀୟତାର ପ୍ରୟୋଗ ହେଲେ ଭାରତର ପୁନରୁତ୍ଥାନ ହୋଇପାରିବ
ବୌଦ୍ଧ,୨୪/୪: ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତୀୟ ଶିକ୍ଷଣ ମଣ୍ଡଳ ର ଏକ ପରିଚୟାତ୍ମକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଂଗଠନ ର ସଭାପତି ଟଙ୍କଧର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ବିସ୍ତାରକ ଡ଼ ଉମେଶ କୁମାର ସିଂ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତି ର ସଭାପତି ରାଜକିଶୋର ମହାରଣା ଯୋଗଦାନ କରି ଭାରତୀୟ ଶିକ୍ଷଣ ମଣ୍ଡଳ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଶିକ୍ଷାରେ ଭାରତୀୟତା , ନୈତିକ ଶିକ୍ଷା, ଯୋଗ ଶିକ୍ଷା, ଦେଶଭକ୍ତି ଏଵଂ ଗୁରୁଭକ୍ତି ଶିକ୍ଷା ପ୍ରଦାନ କଲେ ଆମ ଦେଶ ଭାରତମାତା ର ପୁନରୁତ୍ଥାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ପାଦକ ଅର୍ଜୁନ କଅଁର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଭାସ ଚନ୍ଦ୍ର ମିଶ୍ର, ବିକାଶ କାନୁନଗୋ, ପ୍ରତାପ କୁମାର ରଥ, ଅଜିତ କୁମାର ସାହୁ,ଜ୍ଞାନଚାନ୍ଦ ଶତପଥୀ, ରେଣୁପ୍ରଭା ବେହେରା, ରଶ୍ମିତା ବେହେରା, ଜୋସ୍ନାମୟୀ ଶତପଥୀ, କରିସ୍ମା ସେଠୀ, ଝରଣା ମିଶ୍ର, ମଧୁମିତା ମହାରଣା, ଶ୍ରୀବନ୍ତ ନାୟକ, ଅନ୍ତର‌୍ୟ୍ୟାମୀ ନାୟକ, ରବୀନ୍ଦ୍ର କୁମାର ଚୌଧୁରୀ, ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଆଲୋଚନାରେ ସକ୍ରିୟ ଯୋଗଦାନ କରିଥିଲେ ।ଶେଷରେ ଶିକ୍ଷକ ଦିଲ୍ଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.