Odisha News

ଭାରତର ନୂଆ ସ୍ଥଳ ସେନା ମୁଖ୍ୟ ହେଲେ ଲେପ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ

ନୂଆଦିଲ୍ଲୀ,୧୮/୪: ସୋମବାର ଦିନ ଲେପ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କଲେ କେନ୍ଦ୍ରସରକାର ।
ଏଥିସହ ପ୍ରଥମ ଥର ଲାଗି ଜଣେ ସେନା ଇଂଜିନୟରଙ୍କୁ ସ୍ଥଳବାହିନୀର ମୁଖ୍ୟ ଭାବେ ଚୟନ କରାଯାଇଛି। ଏପ୍ରିଲ ୩୦ରେ ସେନାମୁଖ୍ୟ ଜେନେରାଲ୍ ମୁକୁନ୍ଦ ନରଭାଣେଙ୍କର କାର‌୍ୟ୍ୟକାଳ ଶେଷ ହେଉଛି। ସେ ୨୮ମାସ ଧରି ଦେଶର ସ୍ଥଳସେନା ମୁଖ୍ୟ ଭାବେ କାର‌୍ୟ୍ୟ କରି ଅବସର ଗ୍ରହଣ କରୁଛନ୍ତି। ସୋମବାର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ସରକାର ଲେପ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେଙ୍କୁ ସ୍ଥଳସେନା ମୁଖ୍ୟଭାବେ ନିଯୁକ୍ତ କରିଛନ୍ତି।
ନ୍ୟାସନାଲ ଲେବଲ୍ ଡିଫେନ୍ସ ଏକାଡେମିର ପ୍ରାକ୍ତନ କ୍ୟାଡେଟ୍ ମନୋଜ ପାଣ୍ଡେ ୧୯୮୨ ଡିସେମ୍ବରରେ ସ୍ଥଳସେନାର ଇଂଜିନିୟର୍ସ କର୍ପସରେ ଯୋଗଦାନ କରିଥିଲେ। ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା ଅନ୍ତର୍ଗତ ପଲାନୱାଲା ସେକ୍ଟରରେ ଚାଲିଥିବା ‘ଅପରେସନ୍ ପରାକ୍ରମ’ରେ ସେ ଏକ ଇଂଜିନିୟର ରେଜିମେଣ୍ଟର କମାଣ୍ଡର ଭାବେ ସଫଳତାର ସହ କାର‌୍ୟ୍ୟ କରିଥିଲେ। ୨୦୦୧ ଡିସେମ୍ବରରେ ପାର୍ଲାମେଣ୍ଟ ଭବନରେ ଆତଙ୍କବାଦୀ ଆକ୍ରମଣ ପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ପାକିସ୍ତାନ ସହ ଯୁଦ୍ଧ ଭଳି ସ୍ଥିତି ଉପୁଜିବାରୁ ଦେଶର ପଶ୍ଚିମ ସୀମାନ୍ତକୁ ବହୁ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଓ ସୈନିକଙ୍କୁ ପଠାଯାଇଥିଲା।
ନିଜର ୩୯ ବର୍ଷର ସାମରିକ କ୍ୟାରିୟର ମଧ୍ୟରେ ଲେପ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ପଶ୍ଚିମ ସୀମାନ୍ତରେ ଏକ ଇଂଜିନିୟର ବ୍ରିଗେଡ୍, ନିୟନ୍ତ୍ରଣ ରେଖାରେ ପଦାତିକ ବ୍ରିଗେଡ୍, ଲଦାଖ ସେକ୍ଟରରେ ଏକ ପାର୍ବତ୍ୟ ବ୍ରିଗେଡର କାର‌୍ୟ୍ୟଭାର ସମ୍ଭାଳିଥିଲେ । ଇଷ୍ଟର୍ନ କମାଣ୍ଡର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର-ଇନ୍-ଚିଫ୍ ଦାୟିତ୍ୱ ତୁଲାଇଥିଲେ।

Related Posts

Seo wordpress plugin by www.seowizard.org.