Odisha News

ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ୪୫୭ କରୋନା ସଂକ୍ରମିତ

ଭୁବନେଶ୍ୱର, ୨୦ । ୭: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିଲା ବେଳେ ତା’ସାଙ୍ଗେରେ ତାଳ ଦେଇ ବଢୁଛି ସୁସ୍ଥଙ୍କ ସଂଖ୍ୟା ।
ସୋମବାର ଆଉ ୪୫୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୨,୯୦୯ରେ ପହଁଚିଛି ।
ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମରୁ ୧୧୮, ନୟାଗଡରୁ ୫୩, କଟକରୁ ୪୪, ସୁନ୍ଦରଗଡରୁ ୩୮, ଖୋର୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡାରୁ ୧୮, ବାଲେଶ୍ୱରରୁ ୧୭, ମୟୂରଭଞ୍ଜରୁ ୧୫ରହିଛନ୍ତି । ସେହିପରି ଅନୁଗୋଳରୁ ୧୧, କୋରାପୁଟରୁ ୧୧, ମାଲକାନଗିରି ଓ କେନ୍ଦ୍ରାପଡାରୁ ୯ ଜଣ ଲେଖାଏଁ, କେଉଁଝରରୁ ୭, ଝାରସୁଗୁଡାରୁ ୬, ବୌଧରୁ ୫, ଦେବଗଡରୁ ୪, ବରଗଡ, ନବରଙ୍ଗପୁର ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Related Posts

Seo wordpress plugin by www.seowizard.org.