Odisha News

ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୩ : ବୌଦ୍ଧ ଜିଲ୍ଲାର ଘରୋଇ ଇଂରାଜୀ ମିଡିୟମ ସ୍କୁଲ ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ର ୧୨ତମ ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପରିଚାଳକ ବିନୟ କୁମାର କରଡ଼ିଆଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଟାଉନହଲ ସ୍ଥିତ ଭିକାରୀ କଳା ମଣ୍ଡପ ଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନବାଧିକାର କମିଶନ ସମ୍ପାଦକ ମଧୁମିତା ଖଟାଇ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।
ଅନ୍ୟତମ ଅତିଥି ଭାବେ ମାନବାଧିକାର କମିଶନ ଉପଦେଷ୍ଟା ଡଃ ସୁଶୀଲ କୁମାର ମହାନ୍ତି , ଡାଇମେନ୍ସନ ଏଜୁକେସନ ଟ୍ରଷ୍ଟ ନିର୍ଦ୍ଦେଶକ କମଳାକାନ୍ତ ସାହୁ ,ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ଉପସ୍ଥିତ ଥିଲେ ।
ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।
ଏହା ପରେ ବିଦ୍ୟାଳୟ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିବାବେଳେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବାର୍ଷିକ ଉତ୍ସବକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Related Posts