Odisha News

ବ୍ରହ୍ମା କୁମାରୀ କେନ୍ଦ୍ରରେ ଦାଦି ପ୍ରକାଶ ମଣି ପୁଣ୍ୟ ତିଥି ଓ ଜନ୍ମାଷ୍ଟମୀ ପାଳିତ

ବରଦା ଦାସଙ୍କ ରିପୋର୍ଟ
କଟକ,୨୮/୮ : ବରିଷ୍ଠ ସ୍ୱର୍ଗତଃ ବ୍ରହ୍ମା କୁମାରୀ ଦାଦି ପ୍ରକାଶ ମଣି ଙ୍କ ପୁଣ୍ୟ ତିଥି ଓ ଜନ୍ମାଷ୍ଟମୀ ପର୍ବ ବେପାରିସାହି ବ୍ରହ୍ମ। କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଯୋଗ କେନ୍ଦ୍ରରେ ସମାରୋହରେ ପାଳିତ ହୋଇଯାଇଛି କ୍ଷ ବି କେ ଝୁନୁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।
ବି କେ ନଗେନ୍ଦ୍ର ମୁଣ୍ଡ, ବି କେ ବରଦା ପ୍ରସନ୍ନ ଦାସ ଅତିଥି ଭାବେ ଯୋଗଦେଇ ଦାଦି ପ୍ରକ।ଶ ମଣି ଙ୍କ ଅବଦାନ ଓ ଜନ୍ମାଷ୍ଟମୀ ମହତ୍ତ୍ଵ ସମ୍ପର୍କରେ କହିଥିଲେ ।
ଶ୍ରୀ ଦାସ ନିକଟରେ ବାଙ୍ଗାଲୋର ପରିଦର୍ଶନ କରି ସେଠାର ବ୍ରହ୍ମା କୁମାରୀ ଅନୁଷ୍ଠାନ ଗୁଡିକର ସକ୍ରିୟ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରକାଶ କରି କହିଥିଲେ ।
ରାଜ ଯୋଗ ଅଭ୍ୟାସ ପରେ, ମୁରଲୀ ପାଠ ଓ ସଖ। ମାନଙ୍କ ଗହଣରେ କୃଷ୍ଣ ,ଯଶୋଦା ଭେଶରେ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ଶେଷରେ ସମସ୍ତେ ନୃତ୍ୟ କରି ଜନ୍ମାଷ୍ଟମୀ ପର୍ବ ପାଳି ଥିଲେ । ବ୍ରହ୍ମ। କୁମାରୀ ପ୍ରତିମା ,ଜୟନ୍ତୀ ପ୍ରମୁଖ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା ।

Related Posts

Seo wordpress plugin by www.seowizard.org.