Odisha News

ବୌଦ୍ଧ : ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ମନ୍ତ୍ରୀ

କମ୍ଭୁଧର କ୍ଷତିଙ୍କ ରିପୋର୍ଟ
ବୌଦ୍ଧ,୬/୩: ବୌଦ୍ଧ ଏବଂ ହରଭଙ୍ଗା ଗୋଷ୍ଠି ଉନ୍ନୟନ ଗ,ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷ ରୁ ଆଜି ବୌଦ୍ଧ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ତ୍ର ଆବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି,ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ହରଭଙ୍ଗା ବ୍ଲକ ର ୮୫ ଜଣ ଏବଂ ବୌଦ୍ଧ ବ୍ଲକ ର ୪୩ ଜଣ, ଏହିପରି ସର୍ବମୋଟ ୧୨୮ ଜଣ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ , କାର‌୍ୟ୍ୟକ୍ରମରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ କଁହର, ତହସିଲଦାର, ବୌଦ୍ଧ ଦେବୀ ପ୍ରସାଦ ଦାଶ,ବି. ଡି. ଓ. ହରଭଙ୍ଗା ସ୍ୱପ୍ନିତା ନାୟକ, ବି. ଡି. ଓ ବୌଦ୍ଧ ଅବିନାଶ ପାଣ୍ଡିଆ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଝାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ବ୍ଲକ ସାମାଜିକ ସୁରକ୍ଷା, ଅଧିକାରୀ, ବୌଦ୍ଧ ସାନନ୍ଦ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ହରଭଙ୍ଗା ସୁନୀଲ ମହାନ୍ତି, ବ୍ଲକ କାର‌୍ୟ୍ୟାଳୟ ଏବଂ ଜ଼ିଲ୍ଲା କାର‌୍ୟ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି ଭତ୍ତା ପରିଚୟ ପତ୍ର ଆବଣ୍ଟନ ଏବଂ ସମସ୍ତ କାର‌୍ୟ୍ୟକ୍ରମ ରେ ସହଯୋଗ କରିଥିଲେ ।
ରାଜ୍ୟସ୍ତରୀୟ ତୀରନ୍ଦାଜ ଚାମ୍ପିଆନସିପ୍ ରେ ବୌଦ୍ଧର ଟେନିଶା ମେହେରଙ୍କ କୃତୀତ୍ୱ
ବୌଦ୍ଧ,୬/୩ : ସୁନ୍ଦରଗଡ ଟାଉନ ହାଇସ୍କୁଲଠାରେ ମାର୍ଚ୍ଚ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ତୀରନ୍ଦାଜ ଚାମ୍ପିୟାନସିପ୍ ରେ ଇଣ୍ଡିଆନ ରାଉଣ୍ଡ ବାଳିକା ବିଭାଗରେ ବୌଦ୍ଧର ୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବୌଦ୍ଧର ଟେନିଶା ମେହେର ଫିଲଡ୍ ଆର୍ଚେରୀ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବୌଦ୍ଧଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ସୁଶ୍ରୀ ମେହେର ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି । ତାଙ୍କ କୃତୀତ୍ୱରେ ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗ,ଜିଲା ତୀରନ୍ଦାଜ ସଂଘ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି । ବୌଦ୍ଧ ବୁଟୁପାଲିର ଇନ୍ଦ୍ରମଣୀ ମେହେରଙ୍କ କନ୍ୟା ଅଟନ୍ତି ।
ବୌଦ୍ଧରେ ମନ୍ତ୍ରୀ ପ୍ରଦୀପ ଅମାତ ବିଭିନ୍ନ ବିଭାଗର କାର୍ଯ୍ୟର ଅଗ୍ରଗତି ନେଇ କଲେ ସମୀକ୍ଷା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ପରାମର୍ଶ
ବୌଦ୍ଧ,୬/୩ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶନିବାର ଜିଲ୍ଲାରେ କାର୍ଯ୍ୟହେଉଥିବା ବିଭିନ୍ନ ବିଭାଗର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି,ନିର୍ମାଣାଧୀନ ତିନିଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଧଳପୁର ପୁରୁଣାକଟକ ପୁର୍ତ୍ତ ରାସ୍ତା ଆଦି ସଂପର୍କରେ ସମୀକ୍ଷା କରିବା ସହିତ ପ୍ରକଳ୍ପ ଗୁଡିକୁ ତୁରନ୍ତ ସଂପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
୨୦୨୪ ସୁଦ୍ଧା ଜିଲ୍ଲାରେ ରେଳ ଗଡିବା ପାଇଁ ଲକ୍ଷଧାର୍ଯ୍ୟ କରାଯିବା ସହିତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଥିଲେ । କନକପୁରଠାରେ ଗ୍ରାମୀଣ କୃଷି ଅର୍ଥନିତିକ ଜୋନ ନିର୍ମାଣ କରାଯିବାକୁ ବୈଠକରେ ସୂଚନା ଦିଆଯିବା ସହିତ ଏଠାରେ ୨୦ ଏକର ଜାଗାରେ ବିଭିନ୍ନ ପ୍ରକାର କୃଷି ଓ ଅଣ କୃଷି ଭିତ୍ତିକ କାର୍ଯ୍ୟକ୍ରମ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା କରାଯିବାକୁ ଲକ୍ଷ ରକ୍ଷା ଯାଇଛି ।
ବିଭିନ୍ନ ଯୋଜନା ମଧ୍ୟରେ ଛତୁଚାଷ,କଦଳୀ ଚାଷ,ସଜନା ଚାଷ,ପୁଷ୍ପ ଉଦ୍ୟାନ,ଗୋପାଳନ,ଛେଳିଚାଷ,କୁକୁଡା ଚାଷ,ବଣ୍ଣିଂ କମ୍ପୋଷ୍ଟ,ବାୟୋଫ୍ଲକ ଆଦି କରାଯାଇ ଉତ୍ପାଦ ଗୁଡିକର ବଜାରୀକରଣ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ଏହା ଦ୍ୱାରା ଜମିର ସୁବିନିଯୋଗ,ମହିଳା ଆର୍ଥିକ ସ୍ୱାବଲମ୍ବୀ ସହିତ ପରିବେଶ ସୁରକ୍ଷା ହୋଇପାରିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ,ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ଅବିନାଶ ପାଣ୍ଡିଆ,ହରଭଙ୍ଗା ସ୍ୱପ୍ନିତା ନାୟକ ,ଟିଆରଓ ସୌଦାଗର ବେହେରା,ସୁମନ ରାଜା ମହାନ୍ତି,ରାଜେନ୍ଦ୍ର ନାରାୟଣ ସେନାପତିଙ୍କ ସମେତ ବନ ବିଭାଗ,ରେଳ ବିଭାଗ,ସ୍ୱାସ୍ଥ୍ୟ ବିଭାଗ,ମତ୍ସ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଦୁର୍ବୁତଙ୍କ ଆକ୍ରମଣରେ ମୋମୋ ବିକ୍ରେତା ଗୁରୁତର ଆହତ
ବୌଦ୍ଧ,୬/୩: ବୌଦ୍ଧ ସହରର ବାଘଗୁଡା ଛକ ଠାରେ ଦୁର୍ବୁତଙ୍କ ଆକ୍ରମଣରେ ଜଣେ ମୋମୋ ବିକ୍ରେତା ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି,ବୌଦ୍ଧ ସହରର ବାଘଗୁଡା ଛକ ନିକଟସ୍ଥ ନାରାୟଣ ପ୍ରସାଦ ଦେବ ମାର୍କେଟ ମଧ୍ୟରେ ଜଣେ ବ୍ୟକ୍ତି ଅନ୍ୟ ସହରରୁ ଆସି ମୋମୋ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଥିଲା ।
ଆଜି କେତେକ ଯୁବକଙ୍କ ମୋମୋ ଦୋକାନୀ କ୍ରିଷ୍ଣା ବାରିକ ଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା, ଗୋଣ୍ଡୋ ଗୋଳରେ ଯୁବକମାନେ ମୋମୋ ଦୋକାନୀକୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି,ଏହା ସହ ଦୋକାନର ଜିନିଷପତ୍ର ଫିଙ୍ଗାଫୋପଡା କରିବା ସହ ଜିବନରେ ମାରିଦେବାକୁ ଧମକ ଦେଇଥିବା ଦୋକାନୀ ଜଣକ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।
ମଧୁବାବୁ ପେନସନ ଯୋଜନା ରେ ଯୋଗ୍ୟ ୧୨୮ ଜଣ ଭିନ୍ନକ୍ଷମ
ଟାଟାଏସି କୁ ଧକ୍କା ଦେଲା ଟ୍ରକ ଟାଟାଏସିର ଡ୍ରାଇଭର ମୃତ
ବୌଦ୍ଧ,୬/୩: ବୌଦ୍ଧଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ର ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣଙ୍କ ର ମୃତ୍ୟୁ ଘଟିଛି । ଏକ ଟାଟାଏସି କୁ ଟ୍ରକ ଧକ୍କା ଦେବା ଫଳରେ ଟାଟାଏସିର ଡ୍ରାଇଭର ମୃତ ଘଟିଥିବା ଜଣା ପଡ଼ିଛି । ମୃତକ ଜଣକ ହେଲେ ଆଡେଣିଗଡ଼ ଗ୍ରାମର ଗୋଲେଖ ବେହେରା । ଘଟଣା ସ୍ଥଳରେ ଉତେଜନା ଦେଖ ଦେଇଛି ।
କ୍ଷତିପୂରଣ ଦାବି ରେ ୫୭ନମ୍ବର ଜାତୀୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଆଡେଣିଗଡ଼ ଓ ପୁରୁଣା କଟକ ପୁଲିସ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବିଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ମତେ, ଆଡେ଼ଣିଗଡ଼ ଗ୍ରାମର ଗୋଲେଖ ବେହେରା ଟାଟାଏସି ନେଇ କୌଣସି କାମ ରେ ମାଧପୁର ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ।
୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଡେ଼ଣିଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତୁ ପରେ କ୍ଷତିପୂରଣ ଦାବି ରେ ୫୭ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଉଭୟ ଦିଗରେ ଅଟକି ରହିଛି ଶହ ଶହ ଗାଡି । ବର୍ତ୍ତମାନ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ଉତକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି ।

Related Posts