Odisha News

ବୌଦ୍ଧ ସରକାରୀ ବାଳିକା ହାଇସ୍କୁଲ ଠାରେ ଜିଲାସ୍ତରୀୟ ବିଜ୍ଞାନ ସେମିନାର ଆୟୋଜିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୮: ବୌଦ୍ଧ ସରକାରୀ ବାଳିକା ହାଇସ୍କୁଲ ଠାରେ ଆଜି ଏକ ଜିଲାସ୍ତରୀୟ ବିଜ୍ଞାନ ସେମିନାର ଆୟୋଜିତ ହାଇଛି ।
ଅତିରିକ୍ତ ଶିକ୍ଷା ଜିଲା ଅଧିକାରୀ ଘନଶ୍ୟାମ ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସେମିନାରରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର, ଶିକ୍ଷାବିତ ଦିନବନ୍ଧୁ ପତି ଯୋଗଦେଇଥିଲେ ।
ବିଜ୍ଞନ ନିରିକ୍ଷକ ଜୟନ୍ତ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସେମିନାରରେ ‘ଶରୀର ପାଇଁ ମିଲେଟ ଏକ ଉତ୍ତମ ଖାଦ୍ୟ’ ନେଇ ଅତିଥିମାନେ ଆଲୋଚନା କରିଥିଲେ । ସେମିନାରରେ ଜିଲାର ସମସ୍ତ ବ୍ଳକରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଜା ପତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସେମିନାରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ବବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ, ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.