Odisha News

ବୌଦ୍ଧ : ରଥଯାତ୍ରା ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୭: ସନ୍ଧ୍ୟା ରେ ରଥଯାତ୍ରା ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ତିନି ଠାକୁର ମାଉସୀମା ମନ୍ଦିର କୁ ପହଂଚିବା ପରେ ଆଜି ପ୍ରଥମ ଦିନର ଭଜନ ସନ୍ଧ୍ୟା ରେ ଓମ ଶ୍ରୀ ଭଜନ ସନ୍ଧ୍ୟା ଅନୁଷ୍ଠାନ ର କଳାକାର ମାନେ ଅତି ସୁନ୍ଦର ଭଜନ ପରିବେଷଣ କରିଥିଲେ ।
କାର୍ଯ୍ୟ କ୍ରମ କୁ ନଗରପାଳ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ଜଗନ୍ନାଥ ତତ୍ୱ ଓ ତଥ୍ୟ ପ୍ରଚାରକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାୟକ ଭଜନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।
କଳାକାର ଭାବେ ସନ୍ତୋଷ ଦାସ, ସୁଜ୍ଞାନ ବାଘ, ଧର୍ମେନ୍ଦ୍ର ମେହେର,ରଶ୍ମିତା ବେହେରକ୍ଷ ଯୋଗ ଦେଇ ସୁନ୍ଦର ଭଜନ ପରିବେଷଣ କରିଥିଲେ । ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି ଏହି ସନ୍ଧ୍ୟା ର ଭଜନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.